Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଦେଶ ବିଭାଜନ ହେବା ପରେ ଜିନ୍ହାଙ୍କ ଝିଅ ଯାଇନଥିଲେ ପାକିସ୍ତାନ, ପ୍ରେମ ପାଇଁ ରହିଗଲେ ଭାରତରେ

16/08/2019 at 11:52 AM

ଦେଶ ସ୍ବାଧୀନତା ସମୟରେ ମହାତ୍ମା ଗାନ୍ଧୀଙ୍କ ପରେ ୨ଟି ନାଁ ବେଶ ଚର୍ଚ୍ଚାରେ ଥିଲା। ଜଣେ ଥିଲେ ଭାରତର ପ୍ରଥାମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ଆଉ ଜଣେ ଥିଲେ ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ହା। ପାକିସ୍ତାନର ପ୍ରଥମ ଗଭରନର ଜେନେରାଲ ଜିନ୍ହା ମୁସଲିମ୍‌ ଲୋକଙ୍କ ପାଇଁ ଅନେକ କିଛି କରିଥିଲେ । ସେଥିପାଇଁ ସେ ପାକିସ୍ତାନ ଲୋକଙ୍କ ପାଇଁ ପ୍ରସିଦ୍ଧ ଥିଲେ। ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭଳି ସେ ପାକିସ୍ତାନର ଜନକ ଥିଲେ। ଏହା ବ୍ୟତୀତ ଅଲ ଇଣ୍ଡିୟା ମୁସଲିମ୍‌ ଲିଗ୍‌ର ପ୍ରତିଷ୍ଠାତା ଥିଲେ ଜିନ୍ହା।ପାକିସ୍ତାନ ପାଇଁ ସେ କୌଣସି ହିରୋଠୁ କମ ନୁହନ୍ତି।

 ହେଲେ ଜିନ୍ହାଙ୍କ ଏକ ମାତ୍ର ଝିଅ ଦୀନାଙ୍କ ବିଷୟରେ ବହୁତ କମ ଲୋକ ଜାଣନ୍ତି। ଦୀନା ମହମ୍ମଦ ଅଲ୍ଲୀ ଜିନ୍ନା ଓ ରତି ବାଇ ପେଟିଟଙ୍କ ଝିଅ ଥିଲେ। ଦେଶ ବିଭାଜନ ହେବା ପରେ ଦୀନା ତାଙ୍କ ବାପାଙ୍କ ସହ ପାକିସ୍ତାନ ଯାଇନଥିଲେ। ସେ ଭାରତର ମୁମ୍ବାଇ ସହରରେ ରହିଯାଇଥିଲେ। ବିଭାଜନ ପରେ ଦୀନା ଦ୍ବନ୍ଦ୍ବରେ ପଡିଯାଇଥିଲେ। ସେ କେଉଁ ଦେଶକୁ ନିଜ ଦେଶ ମାନିବେ । ତେବେ ଦୀନାଙ୍କ ପାକିସ୍ତାନ ନଯିବାର ଆଉ କିଛି କାରଣ ଥିଲା। ତାଙ୍କ ଲଭ ଲାଇଫ ପାଇଁ ସେ ଭାରତ ଛାଡି ଯାଇନଥିଲେ।

ଦୀନାଙ୍କ ପିତା ମହମ୍ମଦ ଅଲ୍ଲୀ ଜିନ୍ହା ଜଣେ ପାରସୀ ରତି ବାଇ ପେଟିଟ୍‌ଙ୍କୁ ପ୍ରେମ ବିବାହ କରିଥିଲେ। ଦୀନାଙ୍କ ଜନ୍ମ ହେବା କିଛି ବର୍ଷ ପରେ ରତି ବାଇଙ୍କ ଦେହାନ୍ତ ହୋଇଥିଲା। ମାଆଙ୍କ ମୃତ୍ୟୁ ପରେ ଦୀନାଙ୍କୁ ତାଙ୍କ ପିଉସୀ ପାଳିଥିଲେ। ତେବେ ବାପାଙ୍କ ଭଳି ଦୀନା ମଧ୍ୟ ଜଣେ ପାରସୀଙ୍କ ପ୍ରେମରେ ପଡିଥିଲେ। ଜିନ୍ହା ଏହି ବିବାହ ବିରୋଧରେ ଥିଲେ। ହେଲେ ଦୀନା ତାଙ୍କ ପ୍ରେମିକ ନେୱିଲେ ୱାଡିଆଙ୍କୁ ବିବାହ କରିବା ପାଇଁ ଜିଦ୍ କରିଥିଲେ। ବାପାଙ୍କ କଥା ନମାନି ଦୀନା ତାଙ୍କୁ ବିବାହ କରିଥିଲେ ଓ ଭାରତରେ ବାସ କରିଥିଲେ। ଏହି ବିବାହ ଯୋଗୁଁ ଉଭୟ ବାପ-ଝିଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତା ପରେ ମଧ୍ୟ ଦୁହେଁ ପରସ୍ପରଙ୍କୁ ଚିଠି ଲେଖୁଥିଲେ ଓ କେବଳ କୌଣସି କାର୍ଯ୍ୟକ୍ରମ ଅବସରରେ ଦେଖା ହେଉଥିଲେ। ଜିନ୍ହା ନିଜ ଝିଅକୁ ଦୀନା ନଡାକି ମିସେସ୍‌ ୱାଡିଆ ବୋଲି ଡାକୁଥିଲେ।

   Related Posts