ସିଡିଏସ୍‌ ବିପିନ୍ ରାୱତ୍‌ଙ୍କୁ ପାକିସ୍ତାନ ପୂର୍ବତନ ମେଜରଙ୍କ ଶ୍ରଦ୍ଧାଞ୍ଜଳି, ଆର୍‌ଏସ୍‌ ପଠାନିଆ କହିଲେ ତୁମକୁ ସଲାମ୍‌ ସାର୍‌

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ, ୦୯।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ଜେନେରାଲ୍‌ ବିପିନ୍‌ ରାୱତଙ୍କ ମୃତ୍ୟୁରେ ଦେଶ ବିଦେଶରୁ ଲୋକେ ତାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ସେନାରେ ସେ ତାଙ୍କର ଯୋଗଦାନକୁ ଲୋକେ ମନେପକାଉଛନ୍ତି । ସୋସିଆଲ୍‌ ମିଡିଆରେ ଆର୍ମିର ଅବସରପ୍ରାପ୍ତ ଅଧିକାରୀଙ୍କ ସେମେତ ଅନେକ ବରିଷ୍ଠ ଲୋକ ଶୋକବ୍ୟକ୍ତ କରୁଛନ୍ତି । କେବଳ ଭାରତୀୟ ନୁହେଁ ପାକିସ୍ତାନରୁ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ କିଛି ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 ଭାରତୀୟ ସେନାର ଅବସରପ୍ରାପ୍ତ ବ୍ରିଗେଡିୟର ଆର୍‌ଏସ୍‌ ପଠାନିଆ ଏକ ଟ୍ୱିଟ୍‌ ଯୋଗେ ବିପିନ୍‌ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ସାର୍‌ ତୁମକୁ ସଲାମ୍‌, ଜୟ ହିନ୍ଦ୍‌ । ବ୍ରିଗେଡିୟର୍‌ଙ୍କ ଏହି ଟ୍ୱିଟ୍‌କୁ ନେଇ ପାକିସ୍ତାନ ସେନାର ଅବସରପ୍ରାପ୍ତ ମେଜର ଆଦିଲ୍‌ ରଜା କମେଣ୍ଟ କରି କହିଛନ୍ତି ଯେ ସାର୍‌ କୃପାକରି ମୋର ହାର୍ଦ୍ଦିକ ସମ୍ୱେଦନା ସ୍ୱୀକାର କରନ୍ତୁ ।

wp:html /wp:html

ଆଦିଲ୍‌ ରଜାଙ୍କ କମେଣ୍ଟର ଜବାଜ ଦେଇ ପଠାନିଆ ଆଦିଲ୍‌ଙ୍କ ପ୍ରଂଶସା କରଛନ୍ତି । ପଠାନିଆ ଆଦିଲ୍‌ଙ୍କୁ ଲେଖିଛନ୍ତି ଯେ ଜଣେ ଯବାନଙ୍କ ଠାରୁ ଏହା ହିଁ ଆଶା କରାଯାଉଛି । ତୁମକୁ ସଲାମ୍‌ । ପଠାନିଆଙ୍କ ଜବାବରେ ଆଦିଲ୍‌ ରଜା ଲେଖିଛନ୍ତି ଯେ ଅଫ୍‌ କୋର୍ସ ସାର୍ । ଜଣେ ସୈନିକ ରୂପେ ମୁଁ ଏହା କରିବାକୁ ଉଚିତ୍‌ ମନେକରେ । ପୁଣିଥରେ ଆପଣଙ୍କ କ୍ଷତି ପାଇଁ ସମବେଦନା ଜଣାଉଛି ।

ନିଜ ଟ୍ୱିଟ୍‌ରେ ଆଦିଲ୍ ରଜା ଆଗକୁ ମଧ୍ୟ କହିଛନ୍ତି ଆମର ପଞ୍ଜାବୀ ଲୋକ କଥା ଅନୁସାରେ, ଶତ୍ରୁ ଯଦି ମରିଯାଏ ତେବେ ଖୁସି ମନାଇବା ଉଚିତ୍‌ ନୁହେଁ, କାରଣ ଆମେ ବି ଦିନେ ମରିବା । ଆଦିଲ ଏହାର ଅର୍ଥକୁ ଆହୁରି ବର୍ଣ୍ଣନା କରିଛନ୍ତି । ଯାହାର ଅର୍ଥ ହେଉଛି 'ତୁମର ଶତ୍ରୁମାନଙ୍କ ମୃତ୍ୟୁକୁ ପାଳନ କର ନାହିଁ କାରଣ ଦିନେ ଆମେମାନେ ମଧ୍ୟ ମରିବା । ଏହାପରେ ଅବସରପ୍ରାପ୍ତ ବ୍ରିଗେଡିୟର୍ ପୁଣି ଥରେ ଆଦିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ପଞ୍ଜାବୀ ବୁଝାଇଥାନ୍ତି ଏଥି ସହ କହିଥାନ୍ତି ।

ଅବସରପ୍ରାପ୍ତ ବ୍ରିଗେଡିୟର୍ ଏହାକୁ ନେଇ ଆହୁରି କହିଛନ୍ତି ଯେ ଆମେ ଯୁଦ୍ଧକ୍ଷେତ୍ରରେ ଶତ୍ରୁ। ଆହୁରି ମଧ୍ୟ, ଯଦି ଆମେ ବନ୍ଧୁ ହୋଇପାରିବା ନାହିଁ ତେବେ ପରସ୍ପର ପ୍ରତି ଭଦ୍ର ହୁଅନ୍ତୁ । ଏହା ପରେ ଆଦିଲ ପୁନର୍ବାର ଉତ୍ତର ଦେଇ କହିଛନ୍ତି ଯେ ସାର୍ ମୁଁ ଏହା ସହିତ ଅଧିକ ସହମତ ହୋଇପାରିବି ନାହିଁ, ଶାନ୍ତି ହେଉଛି ଏକମାତ୍ର ଉପାୟ । ତେବେ ଆପଣଙ୍କୁ କହିରଖୁଛୁ ଯେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ପାକିସ୍ତାନୀ ସେନା ମଧ୍ୟ ଦୁଃଖ ପ୍ରକାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.