Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରି ବିଦ୍ୟା ଭୟଙ୍କର : ଭାରତକୁ ନକଲ କରିବାକୁ ଯାଇ ଲୋକହସା ହେଲା ପାକିସ୍ତାନ ସରକାର

11/05/2020 at 10:39 AM

ନୂଆଦିଲ୍ଲୀ ୧୧/୫: ଭାରତୀୟ ପାଣିପାଗ ବିଭାଗର ପାଣିପାଗ ରିପୋର୍ଟ ଏବଂ ଅନୁମାନରେ ପାକିସ୍ତାନ ଅଧିକୃତ ଗିଲଗିତ –ବେଲୁଚିସ୍ତାନ ଏବଂ ମୁଜଫରାବାଦ ସାମିଲ କରାଯିବାରୁ ପାକିସ୍ତାନର ହୋସ୍ ଉଡ଼ିଯାଇଛି। ଭାରତକୁ ଜବାବ ଦେବା ପାଇଁ ପାକିସ୍ତାନ ମଧ୍ୟ ଲଦାଖର ପାଣିପାଗ କହିବା ଆରମ୍ଭ କରି ଦେଇଛି କିନ୍ତୁ ଏପର କରିବା ବେଳେ ସେ ଏକ ଭୁଲ୍ କରି ବସିଛି ଯାହା ଫଳରେ ସେ ବିଶ୍ବ ସମ୍ମୁଖରେ ପରିହାସର ପାତ୍ର ହୋଇଛି।

ପାକିସ୍ତାନର ସରକାରୀ ମିଡିଆ ରବିବାର ଜାମ୍ମୁ କାଶ୍ମୀରର ପାଣିପାଗର ବିସ୍ତୃତ ସୂଚନା ଦେବାକୁ ଆରମ୍ଭ କରିଛି। ଭାରତ ପାକିସ୍ତାନ ଅଧିକୃତ କାଶ୍ମୀରର ପାଣିପାଗର ପୂର୍ବାନୁମାନ ଜାରି କରିବାର କିଛି ଦିନ ପରେ ପାକିସ୍ତାନ ଏହା କରିଥିଲା। ସରକାରୀ ରେଡିଓ ପାକିସ୍ତାନ ଟ୍ବିଟ୍ କରିଛି ଯେ ଲଦାଖରେ ଅଧିକତର ତାପମାତ୍ରା -୪ଡିଗ୍ରୀ ସେଣ୍ଟିଗ୍ରେଡ ଏବଂ ନ୍ୟୁନତର ତାପମାତ୍ରା -୧ଡିଗ୍ରୀ ସେଣ୍ଟିଗ୍ରେଡ। ବୁଲେଟିନରେ -୪ଡିଗ୍ରୀ ତାପମାତ୍ରାକୁ -୧ଡିଗ୍ରୀ ତାପମାତ୍ରାରୁ ଅଧିକ କୁହାଯାଇଛି,କିନ୍ତୁ ମାଇନସରେ ଅଙ୍କ ବଢ଼ିବା ଯୋଗୁଁ ଏହାର ଭାଲ୍ୟୁ କମ୍ ହୋଇଯାଇଥାଏ।

ପାକିସ୍ତାନର ଏହି ଭୁଲକୁ ଲୋକେ ଜାଣି ପାରିଛନ୍ତି ଏବଂ ସୋସିଆଲ ମିଡିଆରେ ଏହାର ଥଟ୍ଟା କରିଛନ୍ତି। ଲୋକେ ପାକିସ୍ତାନକୁ ନକଲ କରିବା ପୂର୍ବରୁ ଶିଖିବାକୁ ପରାମର୍ଶ ଦେଉଛନ୍ତି। ରେଡିଓ ପାକିସ୍ତାନ କାଶ୍ମୀରର ଖବରକୁ ବିଶେ​‌ଷ ସ୍ଥାନ ଦେଇଥାଏ ଏବଂ ଏହାର ଓ୍ବେବସାଇଟ୍ ଜାମ୍ମୁ-କାଶ୍ମୀରର ଖବରକୁ ସମର୍ପିତ। ସରକାରୀ ପାକିସ୍ତାନ ଟେଲିଭିଜନ୍ ମଧ୍ୟ ଜାମ୍ମୁ କାଶ୍ମୀରର ଖବରକୁ ନେଇ ବିଶେଷ ବୁଲେଟିନ୍ ପ୍ରସାରିତ କରିଥାଏ। ଭାରତୀୟ ମିଡିଆରେ ପାକିସ୍ତାନ ଅଧିକୃତ କାଶ୍ମୀରର ପାଣିପାଗ ସୂଚନା ଦେବା ପରେ ପାକିସ୍ତାନୀ ମିଡିଆରେ କାଶ୍ମୀରକୁ ନେଇ ଆହୁରି ଅଧିକ ଖବର ପ୍ରସାରିତ କରାଯିବ।

ପାକିସ୍ତାନ ଶୁକ୍ରବାର ଭାରତ ଦ୍ବାରା ମୀରପୁର,ମୁଜଫରାବାଦ ଏବଂ ଗିଲଗିତ-ବେଲୁଚିସ୍ତାନର ପାଣିପାଗର ସୂଚନା ଦେବାର ନିଷ୍ପତ୍ତିକୁ ଖାରଜ କରି କହିଥିଲା ଯେ ଏହାର କୌଣସି ଆଇନଗତ ମାନ୍ୟତା ନାହିଁ ଏବଂ ଏହା ସ୍ଥାନର ସ୍ଥିତି ପରିବର୍ତ୍ତନ କରିବାର ଉଦ୍ୟମ। ଭାରତ ଗତ ବର୍ଷ ନଭେମ୍ବରରେ ନୂଆ ମାନଚିତ୍ର ଜାରି କରିଥିଲା ଯେଉଁଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ଘାଟିକୁ ନବଗଠିତ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ପ୍ରଦେଶର ଅଂଶ ଏବଂ ଗିଲଗିତ-ବେଲୁଚିସ୍ତାନକୁ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଅଂଶ ଭାବେ ଦେଖାଯାଇଛି।   

   Related Posts