Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାତିସଂଘ ମାନବାଧିକାର କମିଶନ ବୈଠକରେ ଜାମ୍ମୁ କାଶ୍ମୀରକୁ ଭାରତର ରାଜ୍ୟ ବୋଲି ମାନିଲା ପାକିସ୍ତାନ, ଜାଣନ୍ତୁ ପୂରା ଖବର…

ଜାମ୍ମୁ କାଶ୍ମୀରକୁ ଭାରତର ରାଜ୍ୟ ବୋଲି ମାନିଲା ପାକିସ୍ତାନ । ଯେଉଁ ପାକିସ୍ତାନ ଗତ ୭୦ ବର୍ଷରୁ ଅଧିକ ହେଲାଣି ଜାମ୍ମୁ କାଶ୍ମୀରକୁ ଭାରତ ଦ୍ବାରା ଅଧିକୃତ କାଶ୍ମୀର ବୋଲି କହି ଆସୁଥିଲା ସେହି ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କର ସ୍ବର ହଠାତ୍‌ ବଦଳିଯାଇଛି । ଜାମ୍ମୁ କାଶ୍ମୀରକୁ Indian State of Jammu & Kashmir  ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ।

ତେବେ ଜେନେଭାରେ ଚାଲିଥିବା ଜାତିସଂଘ ମାନବାଧିକାର କମିଶନ ବୈଠକରେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଚାଲିଥିବା ପାକିସ୍ତାନ ଅଭିଯୋଗ କରିଛି । ଅନ୍ୟପକ୍ଷରେ ପାକିସ୍ତାନ ଓ ଚୀନ୍‌ ପକ୍ଷରୁ କାଶ୍ମୀର ନେଇ ଯେଉଁ ମିଳିତ ଘୋଷଣା ନାମା ଜାରି କରାଯାଇଛି ତାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି।…

ଇଣ୍ଡିଆଜ୍‌ ଆକୁପାଏଡ କାଶ୍ମୀର ନୁହେଁ ଇଣ୍ଡିଆଜ ଷ୍ଟେଟ ଅଫ କାଶ୍ମୀର କହିଲା ପାକିସ୍ତାନ। ତାହାହିଁ ତ ଗତ  ୭୦ ବର୍ଷ ଧରି ପାକିସ୍ତାନ ଫାଙ୍କି ଆସୁଥିଲା । ସ୍ବିଜରଲ୍ୟାଣ୍ଡର ଜେନେଭାରେ ଚାଲିଥିବା ଜାତିସଂଘ ମାନବାଧିକାର କମିଶନ ବୈଠକ ପରେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି । କ୍ୟୁରେସି ଏମିତି ସିନା ବୈଠକ ବାହାରେ କହିଥିଲେ କିନ୍ତୁ ମାନବାଧିକାର କମିଶନ ବୈଠକରେ ତାଙ୍କର ତେୱର ଏମିତି ଥିଲା ସତେଯେମିତି ସେହିଠି ସେ ଖଣ୍ଡା ଧରି ଯୁଦ୍ଧ କରୁଛନ୍ତି। ଜାମ୍ମୁ କାଶ୍ମୀରରେ ଭାରତ ଗଣହତ୍ୟା  କରୁଛି, ଥରେ କର୍ଫ୍ୟୁ ହଟିଲେ ବିସ୍ଫୋରଣ ହେବ ଏମିତି କହିଚାଲିଥିଲେ। କେବଳ ସେତିକି ନୁହେଁ ଜାମ୍ମୁ କାଶ୍ମୀର ପାଇଁ ମିଳିତ ଯାଞ୍ଚ କମିଟି ଗଠନ କରିବାକୁ ବି ଦାବି କରିଥିଲେ। କାଶ୍ମୀରକୁ ମାନବାଧିକାରର କବର ବୋଲି କହିଛି ପାକିସ୍ତାନ ।

ଗୋଟିଏ ପଟେ ଜାତିସଂଘ ମାନବାଧିକାର କମିଶନରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ତାଙ୍କର ଅଭିଭାଷଣ ରଖୁଥିବା ବେଳେ ଅନ୍ୟପଟେ ପାକିସ୍ତାନରେ ଚାଲିଥିବା ମାନବାଧିକାର ଉଲ୍ଲଂଘନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା  ସଂଧ୍ୟା ୬ଟାରେ ଜବାବ ରଖିଥିଲା ଭାରତ। ଭାରତୀୟ ଟିମର ନେତୃତ୍ବ ନେଇଥିଲେ ବୈଦେଶିକ ମନ୍ତ୍ରଣାଳୟ ପୂର୍ବବିଭାଗ ସଚିବ ବିଜୟ ଠାକୁର ସିଂହ। ପାକିସ୍ତାନର ଗୋଟିଗୋଟି କଥାର ସିଧା ଜବାବ ଦେଇଥିଲେ। ଆତଙ୍କବାଦୀ ଦେଶ ମାନବାଧିକାର କଥା କହିବା  ହାସ୍ୟସ୍ପଦ ବୋଲି କହିଥିଲେ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଏକୁଟିଆ ପଡ଼ିଯାଇଥିବା ବେଳେ କେବଳ ଚୀନ୍ ଏହାକୁ ସମର୍ଥନ କରୁଛି । ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯାଇ ପାକ୍ ଅଧିକୃତ କାଶ୍ମୀରରେ ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର୍ ନେଇ ଆଲୋଚନା କରିଛନ୍ତି । ତେବେ ପାକ୍ ଅଧିକୃତ କାଶ୍ମୀରରେ ଏପରି କୌଣସି କାର୍ଯ୍ୟକଳାପକୁ ଭାରତ ଜୋରଦାର ବିରୋଧ କରିଛି ।…

କାଶ୍ମୀରରେ ମାସକ ଭିତରେ ଗୋଟିଏ ହେଲେ ଗୁଳି ଫୁଟି ନଥିବା ବେଳେ ପାକିସ୍ତାନ କିନ୍ତୁ କିଛି ବଡ଼ ହରକତ  କରିବାକୁ ଚାହୁଁଛି ।…

284 Views

   ସମ୍ବନ୍ଧିତ ଖବର