କାଶ୍ମୀର ପ୍ରସଙ୍ଗରେ ଏହି ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ପାକ୍‌ ବୈଦେଶିକ ମନ୍ତ୍ରୀ, ମୁଣ୍ଡ ଉପରକୁ ରାଗ ଚଢ଼ିଗଲା...

Published By : Prameya-News7 Bureau | October 04, 2019 IST

ଇସ୍ଲାମାବାଦ୪|୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୁକ୍ତରାଷ୍ଟ୍ରର ମାନବାଧିକାର ଆୟୋଗରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ୫୮ ଦେଶର ସମର୍ଥନ ମିଳିଛି। ଇମ୍ରାନଙ୍କ କଥାକୁ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ମଧ୍ୟ ସମର୍ଥନ ଜଣାଇଥିଲେ।

ପାକିସ୍ତାନର ଗଣମାଧ୍ୟମର ଏକ ଟକ୍‌ ‘ସୋ' ରେ ପାକ୍ ବୈଦେଶିକ ମନ୍ତ୍ରୀ କୁରେଶୀଙ୍କୁ କାଶ୍ମୀର ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ବୈଦେଶିକ ମନ୍ତ୍ରୀ କୁରେଶୀ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ପାକ୍‌ ଗଣମାଧ୍ୟମରେ ଜୋର ଚର୍ଚ୍ଚା ହୋଇଥିଲା। କାଶ୍ମୀର ପ୍ରସଙ୍ଗରେ ପାକ୍‌କୁ ୫୮ ଦେଶ ସମର୍ଥନ କରୁଥିବା କଥା କହି ପାକିସ୍ତାନବାସୀଙ୍କ ପାଖରୁ ଇମ୍ରାନ ଓ କୁରେଶୀ ପ୍ରଶଂସା ସାଉଁଟି ଥିଲେ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କେଉଁ କେଉଁ ଦେଶର ସମର୍ଥନ ମିଳିଛି ବୋଲି ଟକ୍ ସୋ ର ଉପସ୍ଥାପକ ଜାଭେଦ ଚୌଧୁରୀ କୁରେଶୀଙ୍କୁ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନରେ କୁରେଶୀ ହଠାତ୍ ରାଗି ଉପସ୍ଥାପକଙ୍କୁ କହିଥିଲେ ଆପଣ କେଉଁ ଏଜେଣ୍ଡାରେ ଏବଂ କାହା କଥାରେ ଏଭଳି ପ୍ରଶ୍ନ କରୁଛନ୍ତି।

ସୋସିଆଲ ମିଡିଆରେ ଇମ୍ରାନ ଖାନ ଟ୍ବିଟ୍‌ରେ ଦେଇଥିବା ମନ୍ତବ୍ୟରେ ପାକ୍‌ ବୈଦେଶିକ ମନ୍ତ୍ରୀ କୁରେଶୀ ସମର୍ଥନ କରିବା କଥା ମଧ୍ୟ ଉଠିଥିଲା। ପୁଣି କୁରେଶୀ ରାଗି କହିଥିଲେ ଯେ, ସେ କେଉଁ ଟ୍ବିଟ୍‌ରେ ମନ୍ତବ୍ୟ ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହିଭଳି ଶେଷ ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗରେ ପାକ୍‌କୁ ସମର୍ଥନ କରୁଥିବା ୫୮ ଦେଶର ନାଁ କୁରେଶୀ କହିପାରି ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.