Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଗୁଜରାଟ ଉପକୂଳରେ ପାକ୍ ମେରିନସ୍‌ର ଦାଦାଗିରି, ଭାରତୀୟ ମତ୍ସ୍ୟଜୀବିଙ୍କ ଉପରେ ଗୁଳିମାଡ଼, ୧ ମୃତ, ୧ଆହତ

7/11/2021 at 4:30 PM

ଦ୍ୱାରକା ୭।୧୧: ପାକିସ୍ତାନ ମେରିନ୍ ରବିବାର ଗୁଜରାଟ ଉପକୂଳରେ ଗୁଳିକାଣ୍ଡ କରିଛନ୍ତି। ଫଳରେ ଜଣେ ଭାରତୀୟ ମତ୍ସ୍ୟଜୀବିଙ୍କ ମୃତ୍ୟୁ ହୋଇଛି। ଏହି କାଣ୍ଡ ଦ୍ୱାରକାରେ ହୋଇଥିବା ବେଳେ ପାକିସ୍ତାନୀ ନୌସେନା ଜଲପରୀ ନାମକ ଏକ ନାଆ ଉପରେ ଗୁଳିମାଡ଼ କରିଥିଲେ। ମୃତ ଧିବରଙ୍କୁ ଶ୍ରୀଧର ନାମରେ ଚିହ୍ନଟ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଧିବର ଗୁରୁତର ଆହତ ହୋଇଛନ୍ତି। ଭାରତୀୟ ଜଳ ସୀମାରୁ ପାକିସ୍ତାନ ନୌସେନା ଧିବରଙ୍କୁ ଗିରଫ କରିନେବା, ସେମାନଙ୍କ ନୌକା ଓ ଟ୍ରଲର ଜବତ କରିବା କଥା ଶୁଣାଥିଲା। ହେଲେ ପ୍ରଥମ ଥର ଭାରତୀୟ ସୀମାକୁ ପଶି ଧିବରଙ୍କ ଉପରେ ଗୁଳିମାଡ କରିଛନ୍ତି।

ଆରବ ସାଗରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳସୀମା ସ୍ପଷ୍ଟ ନୁହେଁ। ଏଣୁ ପାକିସ୍ତାନ ନୌସେନା ଅନେକ ସମୟରେ ଦାଦାଗିରି ଦେଖାଇ ଆସୁଥିଲେ ହେଁ ଭାରତୀୟ ନୌସେନା ଓ ତଟ ରକ୍ଷୀ ପ୍ରସଙ୍ଗରେ ନିରବ ରହୁଛନ୍ତି। ଗତବର୍ଷ ମାର୍ଚ୍ଚମାସରେ କୋଷ୍ଟଗାର୍ଡ ଓ ନୌସେନାର ଅନୁପସ୍ଥିତିରେ ପାକ୍‌ ନୌସେନା ୨ଟି ଭାରତୀୟ ମାଛଧରା ଡଙ୍ଗା ଜବତ କରିବା ସହ ୯ ଜଣ ଧିବରଙ୍କୁ ଗିରଫ କରିନେଇଥିଲା। ଏହା ପୂର୍ବରୁ ଫେବୃଆରୀ ମାସରେ ୧୭ ମତ୍ସ୍ୟଜୀବିଙ୍କୁ ଜଳସୀମାରେ ପ୍ରବେଶ ଲାଗି ଗିରଫ କରିଥିବା ବେଳେ ୩ଟି ନୌକା ମଧ୍ୟ ଜବତ କରିଥିଲା।

କେବଳ ପାକିସ୍ତାନ ନୁହେଁ ଗୁଜରାଟ ସୀମାରେ ଶ୍ରୀଲଙ୍କା ନୌସେନା ମଧ୍ୟ ନିଜ ଜଳ କ୍ଷେତ୍ରରେ ମାଛମାରିବା ଅଭିଯୋଗରେ ଅନେକବାର ମତ୍ସ୍ୟଜୀବି ଓ ସେମାନଙ୍କ ଡଙ୍ଗା ଧରିନେଉଛି। ସୁସ୍ଥିଆ ପ୍ରଶାସନ ଓ ଦୀର୍ଘ ଆଇନଗତ ପ୍ରକ୍ରିୟା ଲାଗି ମତ୍ସ୍ୟଜୀବିମାନେ କିଛି ମାସ କେବେ କେବେ ଦୀର୍ଘ ବର୍ଷ ଜେଲରେ କଟାଇଥିବାର ମଧ୍ୟ ରେକର୍ଡ ରହିଛି।

   Related Posts