କରତାରପୁର କରିଡର ଉଦଘାଟନ ଉତ୍ସବରେ ସାଧରଣ ଶିଖ୍ ଯାତ୍ରୀ ଭାବେ ଯୋଗଦେବେ ମନମୋହନ ସିଂହ

Published By : Prameya-News7 Bureau | October 20, 2019 IST

ନୂଆଦିଲ୍ଲୀ ୨୦/୧୦: ନିମନ୍ତ୍ରଣ ରଖିଲେ ମନମୋହନ । କରତାରପୁର କରିଡର ଉଦ୍ ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଅତିଥି ଭାବେ ନୁହେଁ; ବରଂ ଜଣେ ସାଧାରଣ ଶିଖ୍ ଯାତ୍ରୀ ଭାବେ ଯୋଗଦେବେ। ଶନିବାର ଏହି ସୂଚନା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ।

ନଭେମ୍ବର ୯ରେ ପାକିସ୍ତାନ ପକ୍ଷରୁ ନିର୍ମିତ କରିଡରର ଉଦଘାଟନ ହେବ। ଭାରତ ପକ୍ଷରୁ ନିର୍ମିତ କରିଡରକୁ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କ୍ୟୁ​ରେସୀ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ମନମୋହନ ରକ୍ଷା କରିଛନ୍ତି ।  ତେବେ ସେ କେବଳ ଶିଖ୍  ଯାତ୍ରୀ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସମ୍ମତି ଜଣାଇଛନ୍ତି।

ମନମୋହନଙ୍କୁ ପାକିସ୍ତାନର ନିମନ୍ତ୍ରଣ ନେଇ ପୂର୍ବରୁ ଭାରତରେ ତୀବ୍ର ରାଜନୈ୍ତିକ ବିବାଦ ସୃଷ୍ଟି ହୋଇଥିଲା। ମନମୋହନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ବିବାଦ ଥମିଥିଲା। ଏତଦ୍ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ ଟେନ୍  ଅମରିନ୍ଦର ସିଂହଙ୍କ ନେତୃତ୍ବରେ ଏକ ସର୍ବଦଳୀୟ ଯାତ୍ରୀ ଦଳ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ଯିବେ ଓ ଏଥିରେ ମନମୋହନ ସାମିଲ ହେବାକୁ ସମ୍ମତି ଜଣାଇଥିବା ଖବର ପ୍ରକାଶିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.