Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପାକିସ୍ତାନରେ ଖାଦ୍ୟ ସଙ୍କଟ : ରୁଟି ପାଇଁ ଡହଳବିକଳ ହେଉଛନ୍ତି ଲୋକେ

21/01/2020 at 4:28 PM

ସିନ୍ଧ ୨୧/୧: ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଏବେ ଅଟା ସଙ୍କଟ ଦେଖାଦେଇଛି। ପାକିସ୍ତାନର କେତେକ ରାଜ୍ୟରେ ଏବେ ଲୋକେ ରୁଟି ଖାଇବାକୁ ପାଉନାହାନ୍ତି। ଏଠାକାର ପ୍ରଶାସନ ଦାବି କରିଛି ଯେ ଏଠାରେ ଅଟା କିମ୍ବା ଗହମର ଅଭାବ ନାହିଁ କିନ୍ତୁ ଲୋକେ ଜାଣିଣୁଣି ଏଠାରେ ଅଟା ସଙ୍କଟ ସୃଷ୍ଟି ହୋଇଛି।

ବେଲୁଚିସ୍ତାନ,ସିନ୍ଧ,ଖୈବର ପଖ୍ତୁନଖ୍ବାହ ଏବଂ ପଞ୍ଜାବରେ ଅଟା ସଙ୍କଟ ଦେଖା ଦେଇଛି। ଅଧିକାଂଶ ଲୋକେ ରୁଟି ଖାଇବାକୁ ପାଉନଥିବାରୁ କେବଳ ଭାତ ଖାଇ ଜୀବନ ନିର୍ବାହ କରୁଛନ୍ତି। ଅଟା ଅଭାବ ଯୋଗୁଁ ଖୈବର ପଖ୍ତୁନଖ୍ବାହରେ ନାନ ପ୍ରସ୍ତୁତ କରାଯାଉଥିବା ଅନେକ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା। ଅଟା ଅଭାବ ଏବଂ ଦାମ୍ ବଢ଼ିବା ଯୋଗୁଁ ନାନ ପ୍ରସ୍ତୁତ କରୁଥିବା ଲୋକେ ଧାରଣାରେ ଯୋଗ ଦେଲେ।

ଇମରାନ ଖାନଙ୍କ ସରକାର ଦେଶରେ ଅଟା ସମସ୍ୟା ବିଷୟରେ ଜାଣିବାକୁ ପାଇଛନ୍ତି। ଗତକାଲି ସରକାର ୩ଲକ୍ଷ ଟନ୍ ଗହମ ଯୋଗାଣକୁ ମଞ୍ଜୁରୀ ଦେଇଛନ୍ତି। କିନ୍ତୁ ଏଥିପାଇଁ ଫେବୃୟାରୀ ୧୫ ଯାଏଁ ଅପେକ୍ଷା କରିବାକୁ ପଡ଼ିପାରେ।

ଇମରାନ ସରକାର ଏହା ସ୍ପଷ୍ଟ କରିନାହାନ୍ତି ଯେ ପାକିସ୍ତାନ କେଉଁ ଦେଶରୁ ଗହମ କିଣିବ। ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଘରୋଇ କମ୍ପାନୀ ଯେକୌଣସି ଦେଶରୁ ଗହମ ଆମଦାନୀ କରି ପାରିବ।

ଅଭାବ ଯୋଗୁଁ ଦେଶରେ ଅଟା ଏବଂ ରୁଟିର ଦାମ୍ ବଢ଼ିଯାଇଛି। ଅନେକ ଦୋକାନୀ କହିଛନ୍ତି ତାଙ୍କ ଉପରେ ସରକାର କମ୍ ଦାମରେ ରୁଟି ବିକିବା ପାଇଁ ଚାପ ପକାଉଛି।

   Related Posts