Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପାକିସ୍ଥାନ ପତାକା ଭାରତରେ ବି ଉଡ଼ାଇବାକୁ ପଛେଇଲେ ନାହିଁ ଏହି ପରିବାର , ଉତ୍ୟକ୍ତଲୋକଙ୍କୁ ବୁଝାଇ ଶାନ୍ତକଲା ପୋଲିସ

19/02/2019 at 4:55 PM

କାନପୁର ୧୯/୨- ପୁଲଓ୍ଵମା ଘଟଣା ପରେ ଭାରତରେ ପ୍ରତିଟି ଜନସାଧାରଣ ନିଜ ଜନ୍ମମାଟି ପାଇଁ ଜୀବନ ଦେଇଦେବାକୁ ବି ପ୍ରସ୍ତୁତ । କେହି ଜଣେ ବି ଭାରତ ବିରୋଧିଙ୍କୁ କ୍ଷମା ଦେଇପାରିବେ ନାହିଁ କିମ୍ବା ବରଦାସ୍ତ କରିପାରିବେ ନାହିଁ । ଯଦି କେହି ଭାରତ ବିରୋଧରେ କିଏ କହିଲା କିମ୍ବା କିଛି ବିରୋଧିରେ ମନ୍ତବ୍ୟଦେଲେ ,ପ୍ରତିବାଦ କରିବାକୁ ବି ପଛେଇବେ ନାହିଁ କୌଣସି ଭାରତୀୟ ।

ଏହିଭଳି ଘଟଣା ଘଟିଛି ସଚେଂଡ଼ି କୈଂଥା ଗାଁରେ । ଜଣେ ମୁସଲମାନ ବ୍ୟକ୍ତି ତା ଛାତ ଉପରେ ପାକିସ୍ଥାନ ପତାକା ଉଡ଼ାଇବାକୁ ନେଇ ଗ୍ରାମବାସୀ କରିଛନ୍ତି ବିରୋଧ ।

ଅନୀସ ନାମକ ଜଣେ ମୁସଲମାନ ଯୁବକ ତାଙ୍କ ଘରର ଛାତ ଉପରେ ଏହି ପାକିସ୍ଥାନୀ ପତାକା ଉଡ଼ାଉଥିବା  ଦେଖିଥିଲେ । ଏହି ଘଟଣାରେ ଗାଁଲୋକ ପୋଲିସକୁ ଖବର ଦେବା ସହିତ ଉତ୍ୟକ୍ତ ହୋଇପଡ଼ିଥିଲେ । ପୋଲସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ଶାନ୍ତ କରିଥିଲେ ।

ପୋଲିସ ଅନିସର ଘର ଉପରେ ଉଡ଼ୁଥିବା ପାକିସ୍ଥାନୀ ପତାକାକୁ ଓହ୍ଲେଇବା ସହ ତାକୁ ଥାନାକୁ ନେଇଆସିଥିଲା । ଏହି ଘଟଣାରେ ଉପଯୁକ୍ତ ଦଣ୍ଡ ମିଳିବ ବୋଲି କହିଛି ପୋଲିସ ।

   Related Posts