Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ହନ୍ଦଓ୍ୱାଡା ଏନକାଉଣ୍ଟର୍ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ପାକିସ୍ତାନ ଭୟଭୀତ, ସୀମାରେ ମୁତୟନ କଲା ଏଫ୍-୧୬ ଓ ମିରାଜ୍

10/05/2020 at 3:47 PM

ନୂଆଦିଲ୍ଲୀ, ୧୦|୦୫:  ଜମ୍ମୁ-କାଶ୍ମୀରର ହନ୍ଦଓ୍ୱାଡାରେ ଗତ କିଛିଦିନ ତଳେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୪ଜଣ ଯବାନ ସହିଦ ହୋଇଥିଲେ । ଏହି ଏନକାଉଣ୍ଟରରେ ହିଜବୁଲର ଟପ୍ କମାଣ୍ଡର ରିୟାଜ ନାଇକୁ ମଧ୍ୟ ପ୍ରାଣ ହରାଇଥିଲା । ତେବେ ଏହି ଘଟଣା ପରେ ପାକିସ୍ତାନ ଭୟଭୀତ ହୋଇପଡିଛି । ଭାରତ ପୁଣି ଥରେ ପିଓକେରେ କୌଣସି ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ପାକ୍ ଆଶଙ୍କା କରୁଛି ।

ଏଏନଆଇର ରିପୋର୍ଟ ଅନୁସାରେ, ପାକିସ୍ତାନ ବହୁ ପୂର୍ବରୁ ଏକ ସୈନ୍ୟାଭ୍ୟାସ କରୁଛି । ଏଥିରେ ପାକ୍ ବାୟୁସେନାକୁ ନିୟୋଜିତ କରାଯାଇଛି । ତେବେ ହନ୍ଦଓ୍ୱାଡା ଏନକାଉଣ୍ଟର ପରେ ପାକିସ୍ତାନ ଅଧିକ ସତର୍କ ହୋଇଯାଇଛି । ଏନେଇ ଭାରତକୁ ସୂଚନା ମିଳିଛି । ପାକିସ୍ତାନ ବାୟୁସେନା ନିଜର ମିରାଜ ଓ ଏଫ-୧୬ ବିମାନ ସହ ଜେଏଫ୍-୧୭ ବିମାନକୁ ସୀମାରେ ଉଡାଇଛି । ଯାହା ଉପରେ ଭାରତ ତୀକ୍ଷ୍ନ ନଜର ରଖିଛି ।

ଏହାପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଥିଲେ ଯେ, ଭାରତ ବର୍ତ୍ତମାନର ପରିସ୍ଥିତିରେ ପାକ୍ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଇପାରେ । ସେ ଟ୍ୱିଟରରେ ଏହା କହିଥିଲେ । ଇମରାନ ଆହୁରି ମଧ୍ୟ ଭାରତର ନୀତିକୁ ମଧ୍ୟ ବିରୋଧ କରିଥିଲେ ।  ସୂଚନାଯୋଗ୍ୟ, କାଶ୍ମୀର ଅଶାନ୍ତି ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିଥିଲେ ।

ପାକିସ୍ତାନର ସୀମାରେ ଏପରି ବାୟୁସେନାର ଗତିବିଧି ବୃଦ୍ଧି ପାଇବା ପରେ ପାକ୍ ନିଶ୍ଚିତ ଭାବେ ଭୟଭୀତ ଥିବା ଜଣାପଡୁଛି । ଭାରତର ସମ୍ଭାବ୍ୟ ଆକ୍ରମଣ ପାଇଁ ଆଶଙ୍କାରେ ରହିଛି ପାକିସ୍ତାନ ।

   Related Posts