Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ଖେଳିବେ ଆଇପିଏଲ୍ ? କହିଲେ ଭବିଷ୍ୟତର ଯୋଜନା

12/05/2021 at 10:01 PM

ନୂଆଦିଲ୍ଲୀ ୧୨।୦୫: ୨୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ଆଗାମୀ ସମୟରେ ଆଇପିଏଲ୍‌ରେ ନଜର ଆସିପାରନ୍ତି। କିନ୍ତୁ ବିଶ୍ଵର ଏହି ବିତ୍ତଶାଳୀ ଓ ଧନାଢ୍ୟ ଟି-୨୦ରେ ପାକିସ୍ତାନ ଖେଳାଳିଙ୍କୁ ଖେଳିବାର ଅନୁମତି ନାହିଁ। ମାତ୍ର ବର୍ତ୍ତମାନ ସମୟରେ ଆମିର ଇଂଲଣ୍ଡରେ ରହୁଛନ୍ତି। ସେ ସେଠାକାର ନାଗରିକତା ହାସଲ ପାଇଁ ଚେଷ୍ଟା ଚଳାଇଛନ୍ତି। ଯଦି ତାଙ୍କୁ ଇଂଲଣ୍ଡର ନାଗରିକତା ମିଳିଯାଏ ତେବେ ସେ ଆଇପିଏଲ୍‌ରେ ଖେଳି ପାରିବେ। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ଖେଳାଳି ଅଜହର ମେହମୁଦ ଇଂଲଣ୍ଡର ନାଗରିକତା ନେବା ପେ ଆଇପିଏଲ୍ ଖେଳି ସାରିଛନ୍ତି।

ମହମ୍ମଦ ଆମିର କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ଇଂଲଣ୍ଡରେ ରହିବାକୁ ଯାଉଛି। ମୁଁ ଏଠାକାର କ୍ରିକେଟ୍‌ର ମଜା ଉଠାଉଛି। ଆଗାମୀ ୬-୭ ବର୍ଷ ଆହୁରି ଖେଳିବାକୁ ଚାହୁଁଛି। ସେ କହିଛନ୍ତି ମୋର ପିଲାମାନେ ଇଂଲଣ୍ଡରେ ହିଁ ବଡ ହେବେ ଏବଂ ଏଠାରେ ହିଁ ପାଠ ପଢିବେ। ତେଣୁ ଏଠାରେ ମୁଁ ଦୀର୍ଘ ସମୟ ଧରି ରହିବାର କୌଣସି ସନ୍ଦେହ ନାହିଁ। ଆମିର ୨୦୨୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଏଥିପାଇଁ ସେ ମିସବା ଲ ହକ୍ ଓ ଓ୍ଵାକର ୟୁନୁସ୍‌ଙ୍କୁ ଦୋଷ ଦେଇଥିଲେ।

ନାଗରିକତା ମିଳିବା ପରେ …

ଆଇପିଏଲ ଖେଳିବା ପ୍ରଶ୍ନରେ ସେ କହିଛନ୍ତି, ଏବେ ମୁଁ ଭବିଷ୍ୟତର ଯୋଜନା  ବିଷୟରେ ଚିନ୍ତା କରି ନାହିଁ। କିନ୍ତୁ ଏଠାକାର ନାଗରିକତା ମିଳିବା  ପରେ ବହୁତ କିଛି ପରିବର୍ତ୍ତନ ଘଟିବ। ଏହା ପରେ ଯାଇ ସେ ଆଇପିଏଲ୍ ଖେଳିବା ବିଷୟରେ ଚିନ୍ତା କରିବେ।

୨୦୧୭ ଚମ୍ପିଆନ୍ସ ଟ୍ରଫିର ଫାଇନାଲ୍‌ରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏହି ମୁକାବିଲାରେ ମହମ୍ମଦ ଆମିର ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ସେ ୬ ଓଭରରେ ୧୬ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଏଥିରେ ରୋହିତ ଶର୍ମା, ବିରାଟ କୋହଲି ଓ ଶିଖର ଧାଓ୍ଵନଙ୍କ ଓ୍ଵିକେଟ୍ ସାମିଲ୍। ଆମିର ପାକିସ୍ତାନ ପକ୍ଷରୁ ୩୬ ଟେଷ୍ଟ, ୬୧ ଦିନିକିଆ ଓ ୫୦ ଟି-୨୦ ମୁକାବିଲା ଖେଳିଛନ୍ତି। ଆମିର ଶେଷ ଥର ୨୦୧୯ରେ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ମ୍ୟାଚ୍ ଫିକ୍ସିଂ କାରଣରୁ ତାଙ୍କ ଉପରେ କଟକଣା ଲାଗୁ ହୋଇ ସାରିଛି।

   Related Posts