ପାକିସ୍ତାନର ଏଫ-୧୬ ବିମାନକୁ ଖସାଇଲା ଭାରତ, ତିନି ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୈଠକ

Published By : Prameya-News7 Bureau | February 27, 2019 IST

wp:heading {"level":5}
ନୂଆ ଦିଲ୍ଲୀ ୨୭|୨:  ପିଓକେରେ ପଶି ଭାରତୀୟ ବାୟୁସେନା ବଡ ହମଲା କରିଛି । ପାକିସ୍ତାନର ଏଫ-୧୬ ବିମାନ ଭାରତ ସୀମା ମଧ୍ୟକୁ ପଶିଆସିଥିଲା । ଏହାର ଜବାବୀ ହମଲା କରିବାକୁ ଯାଇ  ଭାରତୀୟ ବିମାନ ମଧ୍ୟ ପାକିସ୍ତାନ ସୀମା ଅତିକ୍ରମ କରି ପିଓକେରେ ହମଲା କରିଥିଲା । ଏହି ଜବାବୀ ଆକ୍ରମଣରେ ପାକିସ୍ତାନର ଏଫ-୧୬ ବିମାନ ଖସିପଡିଥିବା ଜଣାପଡିଛି । ଭାରତୀୟ ବିମାନ ପାକିସ୍ତାନ ସୀମା ଅତିକ୍ରମ କରି  ୩ କିଲୋମିଟର ପ୍ରବେଶ କରିଥିଲା ।
/wp:heading {"id":89067,"width":595,"height":397}
wp:heading {"level":5}
ଏପଟେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତିନି ସେନାର ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ବୈଠକରେ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ପାକିସ୍ତାନ ବାଲାକୋଟରେ ଇଂଡିଆନ ଏୟାରଫୋର୍ସର ଏୟାରଷ୍ଟ୍ରାଇକ ପରେ ଦୁଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଇଂଡିଆନ ଏୟାରଫୋର୍ସର ଜେଟ୍‌ LOC ପାର କରି ଜୈସ୍‌-ଏ-ମହମ୍ମଦ ଆଡ୍ଡାରେ ୧୦୦୦କିଲୋ ବମ୍‌ ପକାଇଥିଲେ। ସୂଚନାଯୋଗ୍ୟ ଯେ ଏହି ଏୟାରଷ୍ଟ୍ରାଇକ୍‌ରେ ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଓ ବାଲାକୋଟ, ଚକୋଟି ଓ ମୁଜଫରାବାଦ ଆତଙ୍କୀ ଆଡ୍ଡା ମଧ୍ୟ ନଷ୍ଟ ହୋଇଯାଇଛି। ଭାରତୀୟ ବାୟୁସେନାର ଏହି ଆକ୍ରମଣ ପରେ ସମଗ୍ର ଭାରତବାସୀ ଖୁସି ପାଳନ କରୁଛନ୍ତି। ସବୁ ରାଜନୈତିକ ଦଳ ମଧ୍ୟ ଭାରତୀୟ ସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/wp:heading {"id":89068,"width":594,"height":312}
wp:heading {"level":5}
ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ଜମ୍ମୁ କଶ୍ମୀରର ପୁଲୱାମା ଆତଙ୍କୀ ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ। ପାକିସ୍ତାନକୁ ଯୁଦ୍ଧ ପ୍ରସଂଗରେ ଚୀନ ସହଯୋଗ କରିବ ନାହିଁ ବୋଲି ଜଣାପଡିଛି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.