ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି କହିଲେ ଜୈସ-ଏ- ମହମ୍ମଦ କରାଇଛି ପୁଲୱାମା ଆକ୍ରମଣ

Published By : Prameya-News7 Bureau | February 21, 2019 IST

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ସ୍ବୀକାର କରିଛନ୍ତି ଯେ କାଶ୍ମୀରର ପୁଲଓ୍ବାମାରେ ଗତ ସପ୍ତାହରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ  କରାଇଛି। ସିଆରପିଏଫ ବାହିନୀ ଉପରେ ହୋଇଥିବା ଫିଦାୟିନ୍ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ବୁଧବାର ଏକ ଘରୋଇ ଚ୍ୟାନେଲରେ ସାକ୍ଷାତକାରରେ ମୁଶାରଫ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଭୟଙ୍କର। ମୋତେ ବି ଅତୀତରେ  ଜୈଶ-ଏ-ମହମ୍ମଦର କିଛି ଲୋକ ଆକ୍ରମର କରିଛନ୍ତି। ମୋ ମନରେ ତାଙ୍କ ପ୍ରତି କୈାଣସି ସହାନୁଭୂତି ନାହିଁ। ମୁଁ ଭାବୁନାହିଁ ଯେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମଧ୍ୟ ତାଙ୍କ ପ୍ରତି ସହାନୁଭୂତି ଥିବ। ତେବେ ମୁଶାରଫ ଏହି କଥାକୁ ଦୋହରାଇଛନ୍ତି ଯେ ଏହି ଆକ୍ରମଣରେ ପାକିସ୍ତାନର ହାତ ନାହିଁ।

ସେ କହିଛନ୍ତି ମୈାଲାନା ମସୁଦ ଅଜହର ଏହି ଆକ୍ରମଣ କରିଛି। କିନ୍ତୁ ଏଥିପାଇଁ ପାକିସ୍ତାନ ସରକାରକୁ ଦାୟୀ କରନ୍ତୁ ନାହିଁ। ସଂଯୁକ୍ତ ଦଳ ଏହାର ଯାଞ୍ଚ କରନ୍ତୁ ଏବଂ ତଥ୍ୟ ବାହାର କରି ଆଣନ୍ତୁ। ଏହା ପରେ ଯଦି ସରକାର ଏଥିରେ ଜଡ଼ିତ ଥିବେ ତେବେ ଏଥିପାଇଁ ଆମପାଇଁ ଦୁଃଖଦାୟକ ହେବ। ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ଆଜି ପାକିସ୍ତାନର ଯେପରି ଆର୍ଥିକ ସ୍ଥିତି ରହିଛି ତାକୁ ଦେଖି ଆମେ ଭାବୁନାହୁଁ ଯେ ସରକାର ଏପରି କୈାଣସି ସ୍ଥିତିରେ ଜଡ଼ିତ ହେବାକୁ ଚାହିଁବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.