ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର, ଜେଲ୍‌ରେ ଦିଆଯାଉଥିଲା ସ୍ଲୋ ପଏଜନ !

Published By : Prameya-News7 Bureau | October 25, 2019 IST

ଲାହୋର୨୫|୧୦: ଲାହୋର କୋଟେ ଲଖପତ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଛି । ତାଙ୍କ ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା ସଂକଟଜନକ ସ୍ଥିତିକୁ ଖସି ଯାଇଛି । ସ୍ଲୋ ପଏଜନ୍ ଯୋଗୁ ଏପରି ହୋଇଥିବା ସରିଫଙ୍କ ପୁଅ ହୁସେନ୍ ନୱାଜ ଅଭିଯୋଗ କରିଛନ୍ତି ।

{"id":174720}

ଏବେ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ନୱାଜ ସରିଫ । ମଙ୍ଗଳବାର ଡାକ୍ତରଖାନାକୁ ଆଣିବା ବେଳକୁ ତାଙ୍କ ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା ୭ହଜାରରୁ କମି ଆସିଥିଲା । ନଓ୍ବାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର । ଜେଲରେ ସଜା କାଟୁଥିବା ପାକସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଅବସ୍ଥା ଗୁରୁତର ହେବାରୁ ୪ ଦିନ ହେଲା ଲାହୋରର ସର୍ଭିସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

{"id":174722}

ତାଙ୍କ ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା ସଂକଟଜନକ ସ୍ଥିତିକୁ ଖସି ଆସିଛି । ସ୍ଲୋ ପଏଜନ୍ ଯୋଗୁ ଏପରି ହୋଇଥିବା ସରିଫଙ୍କ ପୁଅ ହୁସେନ୍ ନୱାଜ ଅଭିଯୋଗ କରିଛନ୍ତି । ସରିଫଙ୍କ ପୁଅ ହୁସେନ୍ ନଓ୍ବାଜ ଲଣ୍ଡନରୁ ଯେଉଁ ଟୁଇଟ୍ କରିଛନ୍ତି ତାହା ଅତ୍ୟନ୍ତ ସାଂଘାତିକ । ବାପାଙ୍କୁ ଜେଲ୍ ରେ ସ୍ଲୋ ପଏଜନ୍ ଦିଆଯାଇଥିବାରୁ ତାଙ୍କ ଅବସ୍ଥା ଏପରି ହୋଇଥିବା ହୁସେନ ଅଭିଯୋଗ କରିଛନ୍ତି । ଏମିତିକି ଠିକ୍ ସମୟରେ ତାଙ୍କୁ ହସ୍ପିଟାଲ ନିଆନଯାଇନଥିଲା । ଏଥିପାଇଁ ସେ ଇମ୍ରାନ ସରକାରଙ୍କଠାରୁ ଜବାବ ଲୋଡିଛନ୍ତି । ଯାହାକୁ ନେଇ ପାକ୍ ରାଜନୀତି ଏବେ ତେଜ୍ ହୋଇଛି ।

{"id":174723}

ସଜା ନିଲମ୍ବନ ପାଇଁ ଶୁକ୍ରବାର ନଓ୍ବାଜଙ୍କ ଦଳ ପିଏମ୍‌ଏଲ-ଏନ୍ ପକ୍ଷରୁ ଇସଲାମାବାଦ ହାଇକୋର୍ଟରେ ଅପିଲ କରାଯାଇଛି । ବିଦେଶକୁ ନେଇ ଚିକିତ୍ସା କରିବାକୁ ଦଳ କୋର୍ଟଙ୍କ ଅନୁମତି ଲୋଡିଛି । ଶୁକ୍ରବାର ଛୁଟି ସତ୍ବେ ମାମଲାର ଶୁଣାଣି ପାଇଁ କୋର୍ଟ ବସିଥିଲା ।

{"id":174725}

ସର୍ଭିସ ହସ୍ପିଟାଲର ନିର୍ଦେଶ କୋର୍ଟରେ ହାଜର ହୋଇ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ । ସରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ହସ୍ପିଟାଲ ନିର୍ଦେଶକ କୋର୍ଟଙ୍କୁ ଅବଗତ କରାଇଛନ୍ତି । ୯ ଜଣିଆ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବାରୁ କେତେକ ଜରୁରୀ ପରୀକ୍ଷା କରାଯାଇ ପାରିନଥିବା କୁହାଯାଇଛି ।

{"id":174726,"width":590,"height":330}

ନଓ୍ବାଜଙ୍କ ସହ ହସ୍ପିଟାଲରେ ରହିବାକୁ ଗୁରୁବାର ତାଙ୍କ ଝିଅ ମରିୟମଙ୍କୁ ଅନୁମତି ଦେଇନଥିଲେ ପଂଜାବ ଗଭର୍ଣ୍ଣର । ଶୁକ୍ରବାର କିନ୍ତୁ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାଁ ଏଥିପାଇଁ ଅନୁମତି ଦେଇଛନ୍ତି । ଏହାସହ ଟୁଇଟ୍ କରି ସରିଫଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଇମ୍ରାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.