Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପାକିସ୍ତାନ ନିର୍ବାଚନ : ଇମ୍ରାନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

25/07/2018 at 1:40 PM

ଇସ୍ଲାମାବାଦ ୨୫/୭ : ପାକିସ୍ତାନ ଜାତୀୟ ଆସେମ୍ଲି ଓ ୪ଟି ପ୍ରାଦେଶିକ ଆସେମ୍ଲି ପାଇଁ ଆଜି ମତ ଗ୍ରହଣ ସାରିଛି | ୧୯୪୭ ମସିହାରୁ ସ୍ୱତନ୍ତ୍ର ବେଶ ଭାବେ ଉଭା ହୋଇଥିବା ପାକିସ୍ତାନରେ ଦ୍ୱିତୀୟଥର ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ମତ ଗ୍ରହଣ ହୋଇଛି | ପୂର୍ବରୁ ୨୦୧୩ ମସିହାରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ଗଠନ ହୋଇଥିଲା | ପାକିସ୍ତାନ ମୁସଲିମ ଲିଗର ନୱାଜର ନେତା ନୱାଜ ସରିଫ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ | ତେବେ ପାନାମା ପେପର ଦୁର୍ନୀତି ମାମଲାରେ ସେ ବର୍ତ୍ତମାନ ଜେଲରେ ଅଛନ୍ତି |
ପାକିସ୍ତାନ ଜାତୀୟ ଆସେମ୍ଲି ପାଇଁ ଅନୁଷ୍ଠିତ ନିର୍ବାଚନରେ ମୁଖ୍ୟତଃ ପାକିସ୍ତାନ ମୁସଲିମ ଲିଗ ନୱାଜ, ପୂର୍ବତ୍ତନ କ୍ରିକେଟ ଖେଳାଳି ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ ଇନ୍ସାଫ, ୨୦୦୭ ମସିହାରେ ହତ୍ୟାର ଶିକାର ହୋଇଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନେଜିର ଭୁଟ୍ଟୋଙ୍କ ପୁଅ ୨୯ ବର୍ଷ ବୟସ୍କା ବିଲାୱାଲ ଭୁଟ୍ଟୋଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ପ୍ରତିଦ୍ବନ୍ଦୀ ଦଳ ଭାବେ ଉଭା ହୋଇଛନ୍ତି | ତେବେ ପାକିସ୍ତାନରେ କୌଣସି ଦଳ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ହାସଲ କରିବା ନେଇ ଆଶଙ୍କା ରହିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି | ପାକିସ୍ତାନରେ ସମ୍ଭବତଃ ଏକ ମେଣ୍ଟ ସରକାର ଗଠନ ହେବ ଏବଂ ପାକିସ୍ତାନ ତେହେରିକ ଇନ୍ସାଫର ନେତା ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ୬୦ ପ୍ରତିଶତ ବୋଲି ୟୁରୋଏସିଆ ପକ୍ଷରୁ ଆକଳନ କରାଯାଇଛି |
ଦେଶ ଗଠନ ହେବାଠୁ ଅଦ୍ୟାବଧି ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ତାଙ୍କର ସମ୍ପୂର୍ଣ କାର୍ଯ୍ୟକାଳ ପୁରା କରିପାରିନାହାନ୍ତି | କେହି ଦୁର୍ନୀତି ଅଭିଯୋଗରେ ପଦ ହରାଇଛନ୍ତି ତ କାହାକୁ ହତ୍ୟା କରାଯାଇଛି | ଦେଶକୁ ଅର୍ଦ୍ଧାଧିକ ସମୟ ସାମରିକ ବାହିନୀ ଶାସନ କରିଛି |
ପାକିସ୍ତାନର ଜାତୀୟ ଆସେମ୍ଲି ୨୭୨ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି | ଏଥିପାଇଁ ମତଦାନରେ ୩୬୭୫ ଜଣ ପ୍ରାର୍ଥୀ ରହିଛନ୍ତି |

   Related Posts