ପାକିସ୍ତାନ ନିର୍ବାଚନ ୨୦୧୮ ; ଭୋଟ ଗଣତି ଜାରି

Published By : Prameya-News7 Bureau | July 26, 2018 IST

ପାକିସ୍ତାନ ସାଧାରଣ ନିର୍ବାଚନ ୨୦୧୮ । ଏକାଦଶ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି।ଏଯାଏ ଆସିଥିବା ଭୋଟଗଣତିର ଟ୍ରେଣ୍ଡ ଅନୁଯାୟୀ କ୍ରିକେଟରରୁ ରାଜନେତା ଇମ୍ରାନ ଖାନଙ୍କ ନେତୃତ୍ବରେ ପାକିସ୍ତାନ ତେହରିକ ଇନସାଫ ଆଗୁଆ ରହିଛି। ଟ୍ରେଣ୍ଡର ରେଜଲ୍ଟ ପିଟିଆଇ କର୍ମୀଙ୍କୁ ଉତ୍ସାହିତ କରିଛି। ଏମିତିକି ପିଟିଆଇ ପାକିସ୍ତାନରେ ପରବର୍ତ୍ତୀ ସରକାର ଗଢିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ପିଟିଆଇ କର୍ମୀ ଦେଶବ୍ୟାପୀ ବିଜୟ ଉତ୍ସବ ମନାଇବାକୁ ଆରମ୍ଭ କଲେଣି। ସେପଟେ ଏଯାଏ ଆସିଥିବା ଟ୍ରେଣ୍ଡରୁ କୌଣସି ଦଳକୁ ବହୁମତ ନମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଏଥର ପାକିସ୍ତାନରେ ଝୁଲା ସରକାର ଦେଖିବାକୁ ମିଳିପାରେ। ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଏଯାଏ ୪୨ ପ୍ରତିଶତ ମତଦାନର ଭୋଟ ଗଣତି ସରିଛି। ଏଥିମଧ୍ୟରୁ ଇମ୍ରାନ ଖାନଙ୍କ ପିଟିଆଇ ୧୧୨ ଆସନରେ ଆଗୁଆ ରହିଥିବାବେଳେ ପିଏମଏଲ ଏନ୍ ୬୫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ପିପିପି ୪୩ଟି ଆସନରେ ଆଗୁଆ ରହିଛି। ତେବେ ଭୋଟ ଗଣତିର ଟ୍ରେଣ୍ଡକୁ ନେଇ ପିଏମଏଲ-ଏନ୍ ରଖିଛି ପ୍ରତିକ୍ରିୟା। ଭୋଟିରେ ରିଗିଂ ହୋଇଥିବା ଅଭିଯୋଗ ଆଣିଛି ପିଏମଏଲ-ଏନ୍ । ତେବେ ଅଭିଯୋଗ ଅମୂଳକ। ଭୋଟିଂ ରେ ରିଗିଂ ହୋଇନଥିବା ସ୍ପଷ୍ଟ କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ।ତେବେ ଭୋଟିଂ ବେଳେ କିଛି ବୈଷୟିକ ସମସ୍ୟା ଦେଖାଯାଇଥିଲା। ଏହା ସତ୍ତ୍ବେ ନିର୍ବାଚନ ୧୦୦ ପ୍ରତିଶତ ବିନାପକ୍ଷପାତ ଓ ସ୍ବଚ୍ଛଭାବେ କରାଯାଇଥିବା କହିଛନ୍ତି ପାକିସ୍ତାନ ମୁଖ୍ୟ ନିର୍ବାଚନ କମିଶନର ମହମ୍ମଦ ରାଜା ଖାନ୍। ମତଦାନ ପ୍ରକ୍ରିୟାରେ ଭାଗ ନେଇଥିବାରୁ ସବୁ ପାକିସ୍ତାନୀ ନାଗରିକଙ୍କୁ ଧନ୍ୟବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.