Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ସଙ୍କଟ: ଭାରତକୁ ସହାୟତା କରିବାକୁ ଚାହୁଁଛି ପାକିସ୍ତାନର ଇଧି ସଂଗଠନ, ୫୦୦ ଆମ୍ବୁଲାନ୍ସ ସହ ସ୍ବେଚ୍ଛାସେବୀଙ୍କୁ ପଠାଇବାକୁ ମାଗିଲା ଅନୁମତି

23/04/2021 at 6:49 PM

ନୂଆଦିଲ୍ଲୀ ୨୩/୪: ଭାରତରେ ଦୈନିକ କରୋନା ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଭାରତ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି। କରୋନା ସହ ଲଢ଼େଇରେ ବିଭିନ୍ନ ସଂସ୍ଥା ଏବଂ ରାଜ୍ୟ ସରକାର ବି ପ୍ରତ୍ୟେକ୍ଷ ଯୋଗଦାନ ଦେଉଥିବା ଦେଖିବାକୁ ମିଳିଛି। ଯଦିଓ ସ୍ଥିତି ସଙ୍ଗିନ ଆଡ଼କୁ ଯାଇଛି କିନ୍ତୁ ସରକାର ସମସ୍ତ ପ୍ରକାର ଦିଗ ଉପରେ ଧ୍ୟାନ ଦେବା ସହ କାର୍ଯ୍ୟ କରିଚାଲିଛନ୍ତି। ଏହାରି ଭିତରେ ପଡ଼ୋଶୀ ପାକିସ୍ତାନ ଭାରତକୁ ସାହାଯ୍ୟ କରିବ ବୋଲି ଅନୁମତି ମାଗିଛି।

ପାକିସ୍ତାନର ମାନବ ସହାୟକ ସଂଗଠନ ଇଧି ପାଉଣ୍ଡେସନ୍ ୫୦ ଆମ୍ବୁଲାନ୍ସ ସହିତ ନିଜର ସ୍ବେଚ୍ଛାସେବୀଙ୍କୁ ଭାରତ ପଠାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମତି ଭିକ୍ଷା କରିଥବା ଜଣାପଡ଼ିଛି। ପାଉଣ୍ଡେସନର ଅଧ୍ୟକ୍ଷ ଫୈଜଲ୍ ଇଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସହାୟତା କରିବାକୁ ଚାହୁଁଥିବା ନେଇ କହିଛନ୍ତି। ଏହା ସହ ସେ ଚିଠିରେ ଆହୁରି ଲେଖିଛନ୍ତି, ‘ଆପଣଙ୍କ ଦେଶରେ ମହାମାରୀର ଅତି ଖରାପ ପ୍ରଭାବ ପଡ଼ିଥିବା ଜାଣି ଆମେ ଦୁଃଖିତ। ସେଠାରେ ବହୁ ସଂଖ୍ୟାରେ ଲୋକ କରୋନାରେ ପ୍ରଭାବିତ। ଭାରତ ସରକାରଙ୍କ ଠାରୁ କୌଣସି ସହାୟତା ନନେଇ ଆମେ ଆମର ବ୍ୟବସ୍ଥା କରିବୁ।’

ଏହା ସହ ଭାରତର ଲୋକଙ୍କୁ ସାହାଯ୍ୟ କରିବାକୁ ଆମ ଲେକଙ୍କୁ ଯାହା ଆବଶ୍ୟକ ପଡ଼ିବ ତାହା ଆମେ ଏଠାରୁ ରପ୍ତାନୀ କରିଦେବୁ। ଆମେ ଆପଣଙ୍କ ଠାରୁ ଅନ୍ୟ କୌଣସି ସାହାଯ୍ୟ ଚାହୁଁନାହୁଁ ବୋଲି ସେ ଚିଠିରେ ଲେଖିଛନ୍ତି । ସଂଗଠନର ସଦସ୍ୟକୁ ଇନ୍ଧନ, ଖାଦ୍ୟ ଓ ଅନ୍ୟ ସମସ୍ତ ଦରକାରୀ ସାମଗ୍ରୀ ଯୋଗାଇ ଦେବୁ। ଆମେ କେବଳ ସମସ୍ତ ଦରକାରୀ ସାମଗ୍ରୀ ସହିତ ଭାରତରେ ପ୍ରବେଶ କରିବାକୁ  ଅନୁମତି ମାଗୁଛୁ।

ସେଥିପାଇଁ ପୋଲିସ ପ୍ରଶାସନର ଯାହା କରୋନା ନିୟମ ରହିଛି ତାହା ପାଳନ ମଧ୍ୟ କରିବୁ  ବୋଲି ଫୈଜଲ୍ ଇଧି ଲେଖିଥିବା ଜଣାପଡ଼ିଛି।  ପାକିସ୍ତାନର ଇଧି ଫାଉଣ୍ଡେସନ ଅନେକ ମାନବୀୟ କାର୍ଯ୍ୟ ପାଇଁ ମଧ୍ୟ ଜଣାଯାଏ।  ୨୦୧୮ରେ ମୁକ ଏବଂ ବଧିର ଥିବା ଭାରତର ଝିଅ ଗୀତାକୁ  ଭାରତକୁ ଫେରାଇଆଣିବାରେ ସହଯୋଗ କରିଥିଲା ଇଧି ସଂଗଠନ ।

   Related Posts