Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଆମେରିକା -ଇରାନ୍‌ ଯୁଦ୍ଧ ହେଲେ ପାକିସ୍ତାନ କାହାକୁ କରିବ ସମର୍ଥନ: ଦେଲା ଏହି ଜବାବ

6/01/2020 at 1:59 PM

ଇସଲାମାବାଦ ୦୬।୦୧ – ଆମେରିକାର ଓ ଇରାନ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଅଧିକ ଘନୀଭୂତ ହେବାରେ ଲାଗିଛି । ଆମେରିକାର ଆକ୍ରମଣରେ ଇରାନ୍‌ ସେନା ମୁଖ୍ୟ କାସିମ ସୁଲମାନୀଙ୍କର ମୃତ୍ୟୁ ପରେ ଉଭୟ ଉତ୍ତେଜନା ମୂଳକ ବକ୍ତବ୍ୟ ଦେବାରେ ଲାଗିଛନ୍ତି । ଇରାନର ମସ୍‌ଜିଦ୍‌ ଉପରେ ଯୁଦ୍ଧ ସୂଚନା ପାଇଁ ଲାଲ୍ ପତାକା ଲଗାଯାଇଛି ।

ଇରାନ୍‌ର ଏକ ସଂସ୍ଥା ଟ୍ରମ୍ପଙ୍କ ମୁଣ୍ଡ କାଟିଲେ ୮୦ ମଲିଲିଅନ୍‌ ଆମେରିକୀୟ ଡଲାର ବା ୫୭୬ କୋଟି ଟଙ୍କା ଦେବ ବୋଲି ଘୋଷଣା କରିସାରିଲାଣି ।

ଯୁଦ୍ଧ ହେଲେ ଆମେରିକାର ଯୁଦ୍ଧ ବିମାନ ପାକିସ୍ତାନ ବିମାନ ବନ୍ଦର ବ୍ୟବହାର କରିପାରେ ବୋଲି ଆଲୋଚନା ହେଉଛି। ପାକିସ୍ତାନ ସୀମାକୁ ଇରାନ୍‌ ଲାଗିଛି। ଏଥିପାଇଁ ଆମେରାକିର ପାକିସ୍ତାନ ସହ କଥାବାର୍ତ୍ତା ବି କରିଛି । ମାତ୍ର ଏବେ ପାକିସ୍ତାନ ସେନାର ମୁଖପାତ୍ର ଅଲଗା ବୟାନ ଦେଇଛନ୍ତି ।

ପାକିସ୍ତାନରେ ସରକାର ଥିଲେ ମଧ୍ୟ ତାହା ସେନାର ଇସାରାରେ ଚାଲିଛି ବୋଲି ସମସ୍ତେ ଜାଣନ୍ତି । ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ସେନା ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ପାକ୍ ସେନା ମୁଖପାତ୍ର ଆସିଫ ଗଫୁର ପାକାସ୍ତାନ ଶାନ୍ତି ପ୍ରତିଷ୍ଠା କରିବ ବୋଲି କହିଛନ୍ତି। ଏହା ଲଙ୍କାରେ ହରି ଶଦ୍ଦ ପରି । ପାକିସ୍ତାନ କୌଣସି ଦେଶକୁ ସମର୍ଥନ ନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ ତାହାର ଜମିକୁ କାହାକୁ ବ୍ୟବହାର କରିବା ପାଇଁ ଦେବ ନାହିଁ ବୋଲି କହିଛି । ଗଫୁର ଏହା ସେନା ମୁଖ୍ୟ ବାଜଓ୍ୱା ଓ ପାକ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ବୟାନ ବୋଲି କହିଛନ୍ତି ।

ଶୁକ୍ରବାରରେ ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆମେରିକା ଡ୍ରୋନ ଆକ୍ରମଣରେ ଇରାନ୍‌ ଜେନେରାଲ୍‌ କମାଣ୍ଡର କାସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଛି । ଏହାପରେ ଆମେରିକା ବିଦଶ ମନ୍ତ୍ରୀ ମାଇକ୍‌ ପିମ୍ପିଓ ପାକିସ୍ତାନ ସେନାମୁଖ୍ୟ ଜେନେରାଲ୍‌ କମର ଜାବେଦ ବାଜଓ୍ୱାଙ୍କ ସହ କଥାବାର୍ତ୍ତା କରିଥିଲେ ।

   Related Posts