ଆଇପିଏଲ ରବ୍ଦ କରିବାକୁ ଚାହୁଁଛି ପାକିସ୍ତାନ, ଆଇସିସି ବୈଠକ ପୂର୍ବରୁ ଖେଳିଲା ଏହି ଚାଲ୍

Published By : Prameya-News7 Bureau | May 28, 2020 IST

ଲାହୋର, ୨୮|୦୫:   ଟି୨୦ ବିଶ୍ୱକପ ଚଳିତ ବର୍ଷ ଅନୁଷ୍ଠିତ ହେବ ନା ଏହାକୁ ୨୦୨୨ ଯାଏଁ ସ୍ଥଗିତ ରଖାଯିବ  ତାହାର ଉତ୍ତର ଅତିଶୀଘ୍ର ଆସିଯିବ । ଗୁରୁବାର ଆଇସିସି ବୈଠକ ଅନୁଷ୍ଠିତ ହେବ । ଏଥିରେ ଟି୨୦ ବିଶ୍ୱକପ ସମ୍ଭନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । କରୋନା ଭାଇରସ ପାଇଁ ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ଓ ଆଇସିସି ଖାଲି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଚାହୁଁନାହିଁ ।

{"id":277371,"width":745,"height":415,"sizeSlug":"large"}

ପାକିସ୍ତାନ କ୍ରିକେଟ୍ ବୋର୍ଡର କହିବାନୁସାରେ, ବୋର୍ଡ ଆଇସିସି ଟି୨୦ ବିଶ୍ୱକପ୍ ସ୍ଥଗିତ ନିଷ୍ପତ୍ତିକୁ ସମର୍ଥନ କରିବ ନାହିଁ । କାରଣ ଏହାଦ୍ୱାରା ସମସ୍ତ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଅସ୍ତବ୍ୟସ୍ତ ହୋଇଯିବ । ପିସିବିର ଜଣେ ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନ ଏହି ପ୍ରସଙ୍ଗରେ ଆଇସିସିର ନିଷ୍ପତ୍ତିକୁ ଅପେକ୍ଷା କରିବ । ଏବେ ମେ ମାସ ଚାଲିଛି । ଆହୁରି ଅନେକ ସମୟ ବାକି ରହିଛି ।

ତେବେ କ୍ରିକେଟ ବିଶେଷଜ୍ଞଙ୍କ କହିବାନୁସାରେ, ପାକିସ୍ତାନ ଟି୨- ବିଶ୍ୱକପ ସ୍ଥଗିତ ହେଲେ ଖୁସି ହେବ ନାହିଁ । କାରଣ ଏପରି ହେଲେ ଆଇପିଏଲ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାକିସ୍ତାନ ଚାହୁଁନି ଯେ ଆଇପିଏଲ ଅନୁଷ୍ଠିତ ହେଉ । ତେଣୁ ପିସିବି ଆଇସିସିର ନିଷ୍ପତ୍ତିକୁ ବିରୋଧ କରିବ ବୋଲି କହିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.