Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନକୁ ରାସ୍ତା ନ ଦେବାରୁ ପାକିସ୍ତାନକୁ ପଡିଲା ମହଙ୍ଗା, ଭାରତ ସରକାର ନେଲା ବଡ଼ ନିଷ୍ପତ୍ତି, ପଢ଼ନ୍ତୁ ପୂରା ଖବର

29/10/2019 at 2:49 PM

ନୂଆଦିଲ୍ଲୀ୨୯/୧୦: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରତିଶୋଧ ନିଆଁରେ ଜଳୁଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ପାକ୍‌ ସରକାର ବିଭିନ୍ନ ପନ୍ଥା ଆପଣାଉଛି। ପ୍ରତିଟି କ୍ଷେତ୍ରରେ ଭାରତକୁ ଅସୁବିଧାରେ ପକାଇବ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ତିଆରି କରୁଛି।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦୀ ଆରବ ଗ୍ରସ୍ତ କରିବାର ଯୋଜନା ଥିଲା। ସେଥିପାଇଁ ପାକିସ୍ତାନର ଏୟାର ସ୍ପେସ୍‌ର ବ୍ୟବହାର ପାଇଁ ମୋଦି ସରକାର ପାକିସ୍ତାନକୁ ଅନୁମିତି ମାଗିଥିଲେ। କିନ୍ତୁ ଅନୁମତି ନ ଦେବା ପାଇଁ ପାକିସ୍ତାନ ସରକାର ମନା କରି ଦେଇଥିଲା।  ଫଳରେ ମୋଦିଙ୍କ ନିଷ୍ପତ୍ତି ପାକିସ୍ତାନକୁ ମହଙ୍ଗା ଏବେ ପଡିଛି। ଏନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ସରକାର ମୋଦିଙ୍କ ବାଟ ଓଗାଳିବାର ନଜୀର ରହିଛି।

ବାରମ୍ବାର ଏଭଳି କାର୍ଯ୍ୟାକଳାପ ଦେଖି ପାକିସ୍ତାନ ସରକାର ବିରୋଧରେ ଭାରତ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପାକିସ୍ତାନ ବିରୋଧରେ ଭାରତ ଇଣ୍ଟରନ୍ୟାସନାଲ ସିଭିଲ୍‌ ଆଭିଏସନ ଅର୍ଗାନାଇଜେସନ (ଆଇସିଏଓ)ରେ  ଅଭିଯୋଗ କରିଛି। ଏହି ମାମଲା ଆଇସିଏଓରେ ପହଞ୍ଚିବା ପରେ ଆଇସିଏଓର ବରିଷ୍ଠ ଅଧିକାରୀ ପାକିସ୍ତାନକୁ କଡ଼ା ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଗୋଟିଏ ଦେଶର ବିମାନ ଅନ୍ୟ ଦେଶରେ ଲ୍ୟାଣ୍ଡ କରି ପାରିବ ବୋଲି ଆଇସିଏଓ ପାକିସ୍ତାନକୁ ନିର୍ଦେଶ ଦେଇଛି।

   Related Posts