ଭାରତ ପାକିସ୍ତାନ ମହା ମୁକାବିଲା : ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି
16/06/2019 at 2:10 PM

ଭାରତ ପାକିସ୍ତାନ ମଧ୍ୟରେ ୱାର୍ଲଡକପର ୨୧ତମ ମ୍ୟାଚ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଉଭୟ ଦେଶର ଅଧିନାୟକ ହୋଟେଲରୁ ଷ୍ଟାଡିୟମକୁ ପହଂଚି ସାରିଛନ୍ତି । ଟସ ଜିତି ପାକିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଟସର ଘଂଟାଏ ପୂର୍ବରୁ ଅର୍ଥାତ ସାଢେ ଗୋଟାଏ ସମୟରେ ମଞ୍ଚେଷ୍ଟରରେ ବର୍ଷା ହୋଇଥିଲା । କିନ୍ତୁ ୨୦ ମିନିଟ ପରେ ବର୍ଷା ଛାଡି ଯାଇଥିଲା ।
ଭାରତ ଟିମରେ ଅଛନ୍ତି – ବିରାଟ କୋହଲି, ଯଶପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ, ଶିଖର ଧୱନ, ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜଡେଜା, କେଦାର ଯାଦବ, ଦୀନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, ମହମ୍ମଦ ସାମୀ, ବିଜୟ ଶଙ୍କର, ରୋହିତ ଶର୍ମା, କୁଲଦୀପ ଯାଦବ ।
ପାକିସ୍ତାନ ଟିମରେ ଅଛନ୍ତି – ସରଫରାଜ ଅହମଦ, ଆସିଫ ଅଲି, ବାବର ଆଜମ୍, ଫଖର ଜମା, ହୈରିସ ଶୋହେଲ, ହସନ ଅଲି, ଇମାଦ ୱସିମ, ଇମାମ ଉଲ ହକ୍, ମୋହମ୍ମଦ ଆମିର, ମୋହମ୍ମଦ ହେଫିଜ, ମୋହମ୍ମଦ ହସନୈନ, ଶାଦବ ଖାନ୍, ଶାହିନ ଅଫରିଦି, ଶୋଏବ୍ ମଲ୍ଲିକ୍, ୱହାବ ରିୟାଜ୍ ।
ଉଭୟ ଟିମ ଏହି ଷ୍ଟାଡିୟମରେ ୨୦ ବର୍ଷ ପରେ ମୁହାଁମୁହିଁ ହୋଇଛନ୍ତି । ଗତଥର ଭାରତ ପାକିସ୍ତାନ ଠାରୁ ୪୭ ରନରେ ଜିତିଥିଲେ । ଇଂଲଣ୍ଡରେ ଉଭୟ ଟିମ ୨ ବର୍ଷ ପରେ ପରସ୍ପର ବିପକ୍ଷରେ ମ୍ୟାଚ ଖେଳୁଛନ୍ତି ।