ଏଲଓସି(LOC)ରେ ୧୦୦ କମାଣ୍ଡୋଙ୍କୁ ମୁତୟନ କଲା ପାକିସ୍ତାନ, ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ଭାରତୀୟ ସେନା..

Published By : Prameya-News7 Bureau | August 27, 2019 IST

ଶ୍ରୀନଗର୨୭|୮: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ନିୟନ୍ତ୍ରଣ ରେଖା ଅର୍ଥାତ ଏଲଓସି(LOC) ନିକଟରେ ପାକିସ୍ତାନ ୧୦୦ କମାଣ୍ଡୋଙ୍କୁ ମୁତୟନ କରିଛି । ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନ ତୀକ୍ଷ୍‌ଣ ନଜର ରଖିଛି । ସୁଯୋଗ ସୁବିଧା ଦେଖି ଆକ୍ରମଣ କରିବା ପାଇଁ ପାକିସ୍ତାନ ଚିନ୍ତା କରୁଥିବା ଆଶଙ୍କା କରାଯାଉଛି। ଏଥିସହ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ଆତଙ୍କବାଦି ଗୋଷ୍ଠୀ ମଧ୍ୟ ପାକିସ୍ତାନ ସୀମାରେ ଠୁଳ ହୋଇଥିବା ସେମାନେ ପାକିସ୍ତାନ ଅଧିକୃତ କାଶ୍ମୀରର ବିଭିନ୍ନ ଲଞ୍ଚ ପ୍ୟାଡରେ ରହିଛନ୍ତି ।

ସୂଚନା ମୁତାବକ, ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାକିସ୍ତାନର କମାଣ୍ଡୋଙ୍କ ସହ ବହୁ ଆତଙ୍କବାଦୀ ସାମିଲ ଥିବା କଥା ମଧ୍ୟ ଜଣାପଡିଛି। ସୀମାରେ ଲଗାତର ଭାବେ ପାକିସ୍ତାନୀ ଯବାନ  ଅସ୍ତ୍ରବିରତି ଉଲ୍ଲଘଂନ କରିବା ସହ ଭାରତୀୟ ସେନାଙ୍କର ବିଭିନ୍ନ ପୋଷ୍ଟ ବା ଶିବିର ଉପରକୁ ଗୁଳି ଓ ମୋର୍ଟାର ମାଡ କରୁଛନ୍ତି ।

ସୂଚନା ଅନୁସାରେ, ଭାରତୀୟ ସେନାର କୌଣସି ଯବାନଙ୍କର କ୍ଷତି ହୋଇନାହିଁ। ପାକିସ୍ତାନ କମାଣ୍ଡୋଙ୍କ ଦ୍ବାରା କରାଯାଉଥିବା କାର୍ଯ୍ୟକଳାପ ଉପରେ ଭାରତୀୟ ସେନବାହିନୀ ନଜର ରଖିଛି। ସମୟ ଦେଖି ସେମାନଙ୍କୁ ସଠିକ୍‌ ଜବାବ ଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ସେନାର ଗୁଇନ୍ଦା ସୂଚନା ଅନୁସାରେ , ଆଫଗାନିସ୍ତାନର ୧୨ ଜିହାଦି ଆତଙ୍କବାଦୀଙ୍କୁ ପାକିସ୍ତାନ ଲିପାଘାଟୀକୁ ପଠାଇଛି। ଏମାନେ ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି।ଭାରତୀୟ ସେନା ଉପରେ ଆକ୍ରମଣ କରିବା ପାଇଁ ଜିହାଦିମାନେ ସୁଯୋଗ ଖୋଜୁଛନ୍ତି। ଜୈଶର କମାଣ୍ଡର ମସୁଦ ଅଜହରର ଭାଇ ରଉଫ୍‌ ଅଜହର ଆତଙ୍କବାଦୀଙ୍କୁ ନେଇ ଅଗଷ୍ଟ ୧୯ ଓ ୨୦ ତାରିଖରେ ବୈଠକ କରି ଷଡ଼ଯନ୍ତ୍ର ତିଆରି କରିଛି। ଜୈଶ ସଂଗଠନର ଆତଙ୍କବାଦୀଙ୍କ ସହାୟତାରେ  ପାକିସ୍ତାନ କାଶ୍ମୀରରେ ହିଂସା ସହ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି  ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.