Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଋଷିଆରେ ଗଲା ପାକିସ୍ତାନର ଇଜ୍ଜତ, ବୈଠକରେ ମାଇକ୍‌ ବନ୍ଦ ନକରି ମନ୍ତ୍ରୀଙ୍କ ପୋଲ୍‌ ଖୋଲିଦେଲେ ଅଧିକାରୀ

21/10/2021 at 7:33 PM

ମସ୍କୋ, , ୨୧/୧୦: ଋଷିଆରେ ପୁଣିଥରେ ନିଜ ଇଜ୍ଜତ ହରାଇଛି ପାକିସ୍ତାନ । ଆଫଗାନିସ୍ତାନ ମୁଦ୍ଦାକୁ ନେଇ ଋଷ୍‌ର ରାଜଧାନୀ ମସ୍କୋରେ ଏକ ବୈଠକ ଡକା ଯାଇଥିଲା । ଏହି ବୈଠକରେ ବିଭିନ୍ନ ଦେଶ ଯୋଗ ଦେଇଥିବା ବେଳେ ପାକିସ୍ତାନ ମଧ୍ୟ ଉପସ୍ଥିତ ଥିଲା । ଏକ ଗମ୍ଭୀର ମାମଲାକୁ ନେଇ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନୀ ଅଧିକାରୀ ନିଜ ଦେଶର ବର୍ତ୍ତମାନ ସ୍ଥିତି ବିଷୟରେ କଥାବର୍ତ୍ତା ହେଉଥିଲେ ।

ବୈଠକରେ ପାକିସ୍ତାନୀ ଅଧିକାରୀ ଦେଶର ମାନବଧିକାର ମନ୍ତ୍ରୀ ଶରିନ ମଜାରୀ ଏବଂ ତାଙ୍କ ଝିଅଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟର ବିବାଦକୁ ନେଇ ଆଲୋଚନା କରୁଥିଲେ । ଘଟଣା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ଅଧିକାରୀ ମାଇକ୍‌ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଆଫଗାନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ସାଦିକ ଅନ୍ୟ ଜଣେ ପାକ୍‌ ଅଧିକାରୀଙ୍କୁ ଉର୍ଦ୍ଦୁରେ ଏ ବିଷୟରେ କହିଥିଲେ ଏବଂ ପରେ ଜୋରରେ ହସିଥିଲେ ।     

ବିବାଦ କ’ଣ?

ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରେନ ମଜାରୀ ଏବଂ ତାଙ୍କ ଝିଅ ଇମାନ ଜୈନାବ ମଜାରୀ-ହାଜିରଙ୍କ ମଧ୍ୟରେ ଟ୍ୱିଟର ବିବାଦ ଦେଶରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଛି। ଆଇଏସଆଇ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ଇମ୍ରାନ ଖାନ ତାଙ୍କ ପତ୍ନୀଙ୍କଠାରୁ ପରାମର୍ଶ ନେଉଥିବା ବିଷୟ ପାଇଁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା ।

   Related Posts