ପ୍ରତି ବର୍ଷ ଇଦ୍‌-ଉଲ୍‌-ଜୁହାରେ ଭାରତ ପାକିସ୍ତାନକୁ ମିଠା ଦେଇଥାଏ: ଏଥର ବିଏସଏଫ୍‌ ଯବାନମାନଙ୍କଠାରୁ ମିଠା ନେବାକୁ ମନା କରିଦେଇଛି ପାକ୍ ସେନା

Published By : Prameya-News7 Bureau | August 12, 2019 IST

ଶ୍ରୀନଗର୧୨|୮: ସାରା ଦେଶରେ ପାଳିତ ହୋଇଛି ଇଦ୍- ଉଲ୍- ଜୁହା ।  ଇଦ୍‌କୁ ଆଖିରେ ରଖି ଜାମ୍ମୁ କାଶ୍ମୀରରେ କଟକଣାକୁ କୋହଳ କରାଯାଇଥିଲା ।  କଡା ସୁରକ୍ଷା ଭିତରେ ଶାନ୍ତି ଶୃଙ୍ଖଳା ସହ ଘାଟିରେ ଇଦ୍ ପାଳିତ ହୋଇଛି।  ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ହେଲେ ଇଦ୍‌ରେ ଜୈସ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା ।

{"id":143704}

କଡ଼ା କଟକଣା, କୋହଳ କର୍ଫ୍ୟୁ ଭିତରେ କାଶ୍ମୀରବାସୀ ପାଳନ କରିଛନ୍ତି ଇଦ୍‌।  ଧାରା ୩୭୦ ହଟିବା ପରେ ଥିଲା ପ୍ରଥମ ଇଦ୍।  ବଡ଼ ପ୍ରାର୍ଥନା ସଭା ଅପେକ୍ଷା ବିଭିନ୍ନ ମସଜିଦରେ ଛୋଟଛୋଟ ମେଳିରେ ସମୂହ ନମାଜ ପାଠ ପାଇଁ ପ୍ରଶାସନ ଗୁରୁତ୍ବ ଦେଇଥିଲା । ଏହାସତ୍ତ୍ବେ ବି ବନ୍ଦିପୋରାରେ ଡାର ଉଲ୍‌ ଉଲୂମ ରହମିୟାରେ ୫ ହଜାର, ବାରମୁଲ୍ଲାରେ ୧୦ ହଜାର, କାଇମୋରେ ୬ହଜାର, କୁପୱାରା ଇଦ୍‌ଘାରେ ୩ହଜାର ୫ଶହ ଶ୍ରଦ୍ଧାଳୁ ଏକାଠି ନମାଜ ପାଠ କରିଥିଲେ । ସେହିପରି ଜାମ୍ମୁ ଅଞ୍ଚଳରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଇଦ୍‌ ପାଳିତ ହୋଇଛି।  ତେବେ କାଶ୍ମୀର ଘାଟିରେ ନମାଜ ପାଠପରେ କାଳେ କୌଣସି ଆତଙ୍କବାଦୀଙ୍କ ଆକ୍ରମଣ ଘଟିବ ସେନେଇ ପ୍ରଶାସନ ପୁଣି କଟକଣା ଲଗାଇଥିଲା। ଲୋକଙ୍କ ଘର ଭିତରକୁ ଯିବା ଲାଗି କୁହାଯାଇଥିଲା। କାରଣ ସୂଚନା ଥିଲା କାଶ୍ମୀରକୁ ପଶିଆସିଛନ୍ତି ୭ ଖୁନଖାର ଆତଙ୍କବାଦୀ।

{"id":143705}

ଇଦ୍ ରେ ଆତଙ୍କୀ ହମଲା ନେଇ ଗୁଇନ୍ଦା ସୂଚନା ପରେ ଜମ୍ମୁ - କାଶ୍ମୀରରେ ସୁରକ୍ଷାରେ ଟିକେବି କୋହଳ କରାଯାଇନଥିଲା । ନିଜେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପୁଣି ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସୁରକ୍ଷାର ଅନୁଧ୍ୟାନ କରିଥିଲେ। ଭାଲିର ଏରିଏଲ ସର୍ଭେ କରିଥିଲେ। ସେହିପରି ପୋଲିସ ମୁଖ୍ୟ ଦିଲବାଗ ସିଂହ ମଧ୍ୟ ଆକାଶମାର୍ଗରୁ ସ୍ଥିତି ଉପରେ ନଜର ରଖିଥିଲେ।  ତେବେ କିଛି ସ୍ଥାନରେ ପଥର ଫିଙ୍ଗାଳି ମାତିଥିଲେ ମଧ୍ୟ ସୁରକ୍ଷାବାହିନୀ ସେମାନଙ୍କୁ ନିୟନ୍ତ୍ରଣକୁ ନେଇଥିଲେ।

{"id":143706}

 ଅନ୍ୟପଟେ ବକର୍ ଏ ଇଦ୍ ପାଇଁ କିଭଳି ଲୋକେ ଆବଶ୍ୟକ ସାମଗ୍ରୀ ପାଇପାରିବେ ସେନେଇ ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀନଗରରେ ୬ ମଣ୍ଡି ବସାଇବା ସହ ଅଢେଇ ଲକ୍ଷ ବକରୀ ଯୋଗାଇ ଦିଆଯାଇଛି । ପନିପରିବା, କୁକୁଡା, ଅଣ୍ଡା, ଗ୍ୟାସ ସିଲିଣ୍ଡର ହୋମ ଡେଲିଭରି ପାଇଁ ଗାଡି ମଧ୍ୟ ଯୋଗାଇଦେଇଛି ପ୍ରଶାସନ । ଏହାଛଡା ମୋବାଇଲ ଇଂଟରନେଟ ବନ୍ଦ ଥିବାରୁ ପ୍ରିୟଜନଙ୍କ ସହ କଥା ହେବା ପାଇଁ ୩୦୦ ଟେଲିଫୋନ ବୁଥ ମଧ୍ୟ ଖୋଲାଯାଇଛି।

{"id":143707}

 ପ୍ରତି ବର୍ଷ ଇଦ-ଉଲ-ଜୁହା ଅବସରରେ ଭାରତ ପାକିସ୍ତାନକୁ ମିଠା ଦେଇଥାଏ। ସୀମାନ୍ତରେ ଉଭୟ ଦେଶର ଯବାନମାନେ ପରସ୍ପରକୁ ମିଠା ଦେଇଥାନ୍ତି।  ହେଲେ ଏଥର ବିଏସଏଫ ଯବାନମାନଙ୍କଠାରୁ ମିଠା ନେବାକୁ ମନା କରିଦେଇଛି ପାକ୍ ସେନା।

{"id":143708}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.