ଭାରତ ବିପକ୍ଷ ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନ୍ ଘୋଷଣା କଲା ପାକିସ୍ତାନ, କାଲି ସନ୍ଧ୍ୟାରେ ହାଇ ଭୋଲଟେଜ୍‌ ମୁକାବିଲା

Published By : Prameya-News7 Bureau | October 23, 2021 IST

ନୂଆଦିଲ୍ଲୀ ୨୩/୧୦ : ଆଜିଠୁ ଆରମ୍ଭ ହୋଇଯାଉଛି ବିଶ୍ବକପ ମହାସମର । ଉଦଘାଟନୀ ଦିନରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଏବଂ ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଓ୍ବେଷ୍ଟ ଇଣ୍ଡିଜ୍ । ତେବେ ଆସନ୍ତାକାଲି ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ମହା ମୁକାବିଲା ।

ତେବେ ମ୍ୟାଚର ଦିନକ ପୂର୍ବରୁ ପ୍ଲେଇଂ ଇଲେଭେନ୍‌ ଘୋଷଣା କରିଛି ପାକିସ୍ତାନ । ଭାରତ ବିପକ୍ଷ ମ୍ୟାଚ ପାଇଁ ୧୨ ଜଣ ଖେଳାଳୀଙ୍କ ନାଁ ଘୋଷଣା କରିବା ସହ ପ୍ଲେଇଂ ଇଲେଭେନ ତାଲିକା ପ୍ରକାଶ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଟିମକୁ ସୋଏବ ମଲ୍ଲିକଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଯିଏକି ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଫେରିଛନ୍ତି । ଏହା ସହିତ ଟିମରେ ମହମ୍ମଦ ହାଫିଜଙ୍କ ଭଳି ବରିଷ୍ଠ ଖେଲାଳୀଙ୍କୁ ସ୍ଥାନ ଦିଆଯାଇଛି ।

ଭାରତ ବିପକ୍ଷ ମ୍ୟାଚ ପାଇଁ ପାକିସ୍ତାନର ଟିମ

ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜଓ୍ବାନ୍‌, ଫକର ଜମାନ, ମହମ୍ମଦ ହାପିଜ୍‌, ସୋଏବ ମଲିକ, ଆସିଫ୍‌ ଅଲୀ, ହମାଦ ଓ୍ବାସୀମ, ଶାଦାବ ଖାନ, ଶାହୀନ ଆଫ୍ରିଦୀ, ହସନ ଅଲୀ, ହରୀଶ ରଉଫ୍‌ ଏବଂ ହାଇଦର ଅଲୀ

छवि

ଭାରତ ଏବଂ ପାକିସ୍ତାନ ଉଭୟଙ୍କ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ଦୁଇ ପାରମ୍ପରିକ ଦଳ ହୋଇଥିବାରୁ ଉଭୟ ଟିମ ମଧ୍ୟରେ ଘମାଘୋଟ ଲଢେଇ ହେବ । କ୍ରିକେଟ ପ୍ରଶଂସକ ମଧ୍ୟ ଭାରତ ପାକିସ୍ତାନ ମ୍ୟାଚ ପାଇଁ ଚାହିଁ ବସିଛନ୍ତି । ପୂର୍ବ ରେକର୍ଡ କଥା କହିବାକୁ ଗଲେ ଉଭୟ ଟିମ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ୫ ଥର ସାମ୍ନାସାମ୍ନୀ ହୋଇଥିବା ବେଳେ ପ୍ରତି ଥର ଭାରତ ହିଁ ବଜୟୀ ହୋଇଛି ।

ବିଶ୍ବକପ ବିଜୟୀ ପାଇଁ ଭାରତ ପ୍ରମୁଖ ଦାବିଦାର ଥିବା ବେଳେ ସମସ୍ତ ଖେଲାଳି ଏବେ ଦମଦାର ଫର୍ମରେ ଅଛନ୍ତି । ଏଥିପାଇଁ ପାକିସ୍ତାନ ଉପରେ ଭାରିପଡିବ ଟିମ ଇଣ୍ଡିଆ । ଏହା ସହିତ ଟିମରେ ରବୀନ୍ଦ୍ର ଜାଡେଜାଙ୍କ ଭଳି ବେଷ୍ଟ ଫିନିସର ମଧ୍ୟ ରହିଛନ୍ତି । ଜାଡେଜାଙ୍କୁ ନେଇ ଅନେକ ପୂର୍ବତନ କ୍ରିକେଟର ବେଶ ଆଶାବାଦୀ ରହିଛନ୍ତି ଏବଂ ବିଶ୍ବକପରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

ଟି-୨୦ ବିଶ୍ବକପ ପାଇଁ ଟିମ୍‌ ଇଣ୍ଡିଆର ସ୍କ୍ବାଡ୍‌

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟକିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ, ଭୁବନେଶ୍ବର କୁମାର ଏବଂ ମହମ୍ମଦ ସାମୀ

ରିଜର୍ଭ ପ୍ଲେୟାର : ଶ୍ରେୟସ ଆୟର, ଦୀପକ ଚହର ଏବଂ ଅକ୍ଷର ପଟେଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.