ନିଜ ମାଟିରେ ପହଞ୍ଚିଲା ପାକିସ୍ତାନ ଟିମ : ବିମାନବନ୍ଦରରେ ଖେଳାଳିଙ୍କ ସହ କ'ଣ ହେଲା ଜାଣନ୍ତୁ

Published By : Prameya-News7 Bureau | July 08, 2019 IST

କରାଚୀ ୮/୭ : ପାକିସ୍ତାନ କ୍ରିକେଟ ଟିମ୍ ଆଇସିସି ବିଶ୍ୱକପ ୨୦୧୯ରୁ ବାହାରିବା ପରେ ରବିବାର ସକାଳୁ ସ୍ୱଦେଶ ଫେରି ଯାଇଥିଲେ । ଅଧିନାୟକ ସରଫରାଜ ଅହମଦଙ୍କ ନେତୃତ୍ୱରେ ଟିମ୍ କରାଚୀ ବିମାନବନ୍ଦରରେ ପହଞ୍ଚିଥିଲା । ବିମାନବନ୍ଦରରେ ତାଙ୍କର ଗରମାଗରମ ସ୍ୱାଗତ କରାଯାଇଥିଲା । ଖେଳାଳି ସୁରକ୍ଷାକର୍ମୀଙ୍କ ଗହଣରେ ଥିଲେ । କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କ ତାଙ୍କ ଘର ଏବଂ ହୋଟେଲରେ ଛାଡି ଦିଆଯାଇଥିଲା । ପାକିସ୍ତାନ ହାରିଯିବା ପରେ ସୋଶିଆଲ ମିଡିଆରେ ଲୋକଙ୍କ ଯେଉଁ ଆକ୍ରୋଶ ଦେଖିବାକୁ ମିଳିଥିଲା ସେହିଭଳି କୌଣସି ଅଘଟଣ ବିମାନବନ୍ଦରରେ ଘଟିନଥିଲା ।

{"id":131680}

ଚଳିତ ବିଶ୍ୱକପରେ ପାକିସ୍ତାନ ୯ଟି ରୁ ୫ଟି ମ୍ୟାଚ ଜିତିଥିଲା । କିନ୍ତୁ ନେଟ୍ ରନରେଟରେ ନ୍ୟୁଜିଲାଣ୍ଡରୁ ପଛରେ ଥିବାରୁ ପାକିସ୍ତାନ ସେମିଫାଇନାଲକୁ ଯାଇ ପାରିନଥିଲା । ପାକିସ୍ତାନ ଟିମ ପାକିସ୍ତାନରେ ପହଞ୍ଚିବ ପରେ ସରଫରାଜ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସେ କହିଥିଲେ ଯେ, ପ୍ରଥମ ମ୍ୟାଚ ହାରିଯିବା ପରେ ଟିମ ରନରେଟ ପ୍ରସଙ୍ଗ ବୁଝିଥିଲା । ପରେ ଏହାକୁ ସୁଧାରିବାକୁ ଚେଷ୍ଚା କରିଥିଲା । କିନ୍ତୁ ଇଂଲଣ୍ଡ ପିଚରୁ ତାଙ୍କୁ ବିଶେଷ ସହାୟତା ମିଳିନଥିଲା ବୋଲି ସେ କହିଥିଲେ । ତେବେ ବିଶ୍ୱକପରୁ ବାହାରିଯିବା ଫଳରେ ସେ ମଧ୍ୟ ଅତ୍ୟନ୍ତ ଦୁଖି ବୋଲି କହିଛନ୍ତି ।

{"id":131681}

ପ୍ରଥମ ୫ଟି ମ୍ୟାଚ ଟିମ ଭଲ ପ୍ରଦର୍ଶନ କରିନଥିବା ସେ ସ୍ୱୀକାର କରିଥିଲେ । ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚ ହାରିଯିବା ପରେ ପାକିସ୍ତାନ ଟିମ ପାଇଁ ଆଗାମୀ ୭ ଦିନ ବହୁତ କଷ୍ଚଦାୟକ ଥିଲା ବୋଲି କହିଥିଲେ ସରଫରାଜ । କିନ୍ତୁ ପରେ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଟିମର ଅଧିନାୟକ ଭାବେ ସେ ବେଶ ଖୁସି ଅଛନ୍ତି ବୋଲି କହିଥିଲେ । ବିଶ୍ୱକପରୁ ବାହାରିଯିବା ପରେ ସୋଏବ ମଲିକ କ୍ରିକେଟରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ଅଧିନାୟକ ସରଫରାଜ ସ୍ପଷ୍ଟ କରି କହିଛନ୍ତି ଯେ ସେ ଅଧିନାୟକତ୍ୱ ଛାଡୁନାହାନ୍ତି । ତେବେ ଶେଷ ନିଷ୍ପତ୍ତି ପାକିସ୍ତାନ ବୋର୍ଡ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.