ବିଶ୍ୱକପରେ ପାକିସ୍ତାନ ଭାରତ ଠାରୁ ମ୍ୟାଚ ହାରିଯିବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନୀ କୋଚ : ନିଜେ କଲେ ଖୁଲାସା

Published By : Prameya-News7 Bureau | June 25, 2019 IST

ମଞ୍ଚେଷ୍ଟର ୨୫/୬ : ଆଇସିସି ୱାର୍ଲଡକପ ୨୦୧୯ରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବାପରେ ପାକିସ୍ତାନୀ କୋଚ ମିକି ଆର୍ଥର ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି । ଭାରତ ପାକିସ୍ତାନକୁ ଜୁନ ୧୬ ତାରିଖରେ ମଞ୍ଚେଷ୍ଟର ଷ୍ଟାଡିୟମରେ ୮୯ ରନରେ ହରାଇଥିଲା । ପାକିସ୍ତାନର ପରାସ୍ତ ପରେ ପ୍ରଶଂସକ ପାକିସ୍ତାନୀ ଟିମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ପ୍ରଭାବ ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥିଲା ।

ପାକିସ୍ତାନୀ କୋଚ ଆର୍ଥର କହିଛନ୍ତି, ଗତ ରବିବାର ଦିନ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ଏହା କେବଳ ଏକ ପରଫରମାନ୍ସ । ଗୋଟିଏ ମ୍ୟାଚ ହାରିବା ପରେ ପାକିସ୍ତାନ ପୁଣି ଆଉ ଗୋଟିଏ ମ୍ୟାଚ ହାରିଥିଲା । ଗୋଟିଏ ପଟେ ମିଡ଼ିଆ ଚାପ, ଅନ୍ୟପଟେ ଜନତାଙ୍କ ଭରସା, ଟିମ ଏବେ ଏହିଭଳି ସ୍ଥିତିକୁ ଆସିଛି ଯେ ବିଶ୍ୱକପରେ ଆଗକୁ ଖେଳିବ ନା ନାହିଁ ତାକୁ ନେଇ ଦଳ ଚିନ୍ତିତ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ପାକିସ୍ତାନ ବିଜୟ ହାସଲ କରିବା ପରେ ଆର୍ଥର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ଟିମକୁ ଖୁବ ପ୍ରଶଂସା କରିଥିଲେ । ସେ କହିଥିଲେ ଭାରତ ଠାରୁ ହାରିବା ପରେ ଟିମ ବହୁତ ଚାପରେ ଥିଲା । କିନ୍ତୁ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଜିତିବା ପରେ ଟିମ ଏବେ ପୁରା ଜୋଶରେ ଅଛି ।

{"id":127010}

ରବିବାର ଦିନ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱକପ ମ୍ୟାଚ ଥିଲେ ଯେଉଁଥିରେ ପାକିସ୍ତାନ ବହୁତ ଭଲ ପ୍ରଦର୍ଶନ କରିଥିଲା । ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ ଖେଳୁଥିବା ହରିସ ସୋହେଲ ୫୯ ବଲରେ ୮୯ ରନ କରିଥିଲେ । ଯାହାଫଳରେ ଟିମ ୫୦ ଓଭରରେ ୩୦୮ ରନ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ପରେ ପାକିସ୍ତାନ ସେମିଫାଇନାଲ ମ୍ୟାଚ ଖେଳିବା ନେଇ ଆଶା ପ୍ରକାଶ କରାଯାଉଛି ।

ସାମ୍ବାଦିକ ସମ୍ମିଳନୀରେ ଆର୍ଥରଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଶେଷ ଓଭର ଯାଏଁ ପହଂଚିବାବେଳେ ସୋହେଲ ହାଲିଆ ହୋଇଯାଇଥିଲେ କି ? କାରଣ ଶତକ ପାଖାପାଖି ପହଂଚି ମଧ୍ୟ ସେ ଶତକ କରିପାରିନଥିଲେ । ଏଥିରେ ଆର୍ଥର ରାଗି ଯାଇଥିଲେ । ସେ କହିଥିଲେ, ବହୁତ ସମୟ ପରେ ଏହିଭଳି ଏକ ବ୍ୟାଟିଂ ଦେଖିବାକୁ ମିଳିଛି । ସେ ମାତ୍ର ୫୯ ବଲରେ ୮୯ ରନ କରିଛନ୍ତି । ଏହା ପ୍ରଶଂସନୀୟ ।

ପାକିସ୍ତାନ ଯଦି ଆଗାମୀ ୩ଟି ମ୍ୟାଚ ଜିତେ ତାହେଲେ ସେମି ଫାଇନାଲରେ ନିଜ ପାଇଁ ଜାଗା ତିଆରି କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.