ପାକିସ୍ତାନ କ୍ରିକେଟ ବୋର୍ଡ ପୁରା ଦେବାଳିଆ, ୩୦ ଜଣ ଖେଳାଳିଙ୍କୁ ରଖିବାକୁ ବି ପଇସା ନାହିଁ

Published By : Prameya-News7 Bureau | June 02, 2020 IST

ଲାହୋର, ୦୨|୦୬:   ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ଟ୍ରେନିଂ ଅତିଶୀଘ୍ର ଆରମ୍ଭ ହେଉ ବୋଲି ଚାହୁଁଛନ୍ତି ମୁଖ୍ୟ କୋଚ୍ ଓ ଚୟନକର୍ତ୍ତା ମିସବାହ ଉଲ୍ ହକ୍ । କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ପ୍ରକ୍ରିୟା ଆରମ୍ଭ କରିବାରେ ବିଳମ୍ବ କରୁଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ପିସିବି ପାଖରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି ।

ବୋର୍ଡର ସୂତ୍ରାନୁସାରେ, ଟ୍ରେନିଂ କ୍ୟାମ୍ପରେ ପ୍ରାୟ ୩୦ରୁ ୩୫ ଖେଳାଳିଙ୍କ ପାଇଁ ରହଣୀର ବ୍ୟବସ୍ଥା କରିବାକୁ ହେବ । ଏହା ମଧ୍ୟରୁ ୨୫ଜଣ ଖେଳାଳିଙ୍କୁ ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ ପାଇଁ ଚୟନ କରାଯିବ । ଏହି ଗସ୍ତରେ ପାକିସ୍ତାନ ତିନୋଟି ଟେଷ୍ଟ୍ ଓ ତିନୋଟି ଟି୨୦ ମ୍ୟାଚ୍ ଖେଳିବ ।

{"id":280167,"width":684,"height":384,"sizeSlug":"large"}

କିନ୍ତୁ ଏହି ଟ୍ରେନିଂ କ୍ୟାମ୍ପକୁ ଆୟୋଜନା କରିବା ପିସିବି ପାଇଁ ମୁଣ୍ଡବ୍ୟଥା ପାଲଟିଛି । କାରଣ ଲାହୋର ରାଷ୍ଟ୍ରୀୟ କ୍ରିକେଟ୍ ଆକାଡେମୀରେ ୩୦ରୁ ଅଧିକ ଖେଳାଳିଙ୍କ ସମେତ ଅଧିକାରୀଙ୍କ ରହିବା ବ୍ୟବସ୍ଥା ନାହିଁ । ଏପରିକି ନୂଆ କ୍ୟାମ୍ପ୍ ତିଆରି ପାଇଁ ପିସିବି ପାଖରେ ଆବଶ୍ୟକୀୟ ଅର୍ଥ ମଧ୍ୟ ନାହିଁ ।

ଏହାକୁ ନେଇ ମୁଖ୍ୟକୋଚ୍ ମିସବାହ ଉଲ ହକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ସମସ୍ତ ଖେଳାଳି ଓ ଅଧିକାରୀଙ୍କୁ ଗୋଟିଏ ସ୍ଥାନରେ ରଖାଯାଉ ବୋଲି କହିଛନ୍ତି । କିନ୍ତୁ ପିସିବି ପାଖରେ ମଧ୍ୟ ଆଉ କିଛି ବିକଳ୍ପ ନାହିଁ । ଏହାକୁ ନେଇ କୋଚ୍ ଓ ବୋର୍ଡ୍ ଏବେ ମୁହାଁମୁହିଁ ସ୍ଥିତିରେ ପହଁଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.