Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ସ୍ଥଗିତ ରହିଲା ଏସିଆ କପ୍ କ୍ରିକେଟ‌, ୨୦୨୨ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

13/04/2021 at 4:15 PM

ନୂଆଦିଲ୍ଲୀ ୧୩/୦୪  : କରୋନା ମହାମାରୀର ପ୍ରକୋପ କେବଳ ଲୋକଙ୍କ ଜୀବନଜୀବିକା ଉପରେ ପଡିନି ବରଂ ବିଭିନ୍ନ କ୍ରୀଡା ଉପରେ ମଧ୍ୟ ପଡିଛି । ମାହାମାରୀ କାରଣରୁ ଗତ ବର୍ଷେ ହେଲା କୌଣସି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନାହିଁ । ଯେଉଁ କେତୋଟି ଟୁର୍ଣ୍ଣାମେଣ୍ଟ ହୋଇଛି ସେଗୁଡିକୁ କଡା ସୁରକ୍ଷା ମଧ୍ୟରେ ଆୟୋଜନ କରାଯାଇଛି ।

ତେଣୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ହେବାକୁ ଥିବା ଏସିଆ କପ୍‌କୁ ଆସନ୍ତା ବର୍ଷ ଅର୍ଥାତ ୨୦୨୨କୁ ସ୍ଥଗିତ ରଖିବାକୁ ମତ ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏସିଆ କପର ୧୫ ତମ ସଂସ୍କରଣ ଗତ ବର୍ଷ ପାକିସ୍ତାନ​‌ରେ ହେବାର ଥିଲା । କିନ୍ତୁ ପରେ ଏହାର ଭେନ୍ୟୁ ବଦଳାଯାଇ ଶ୍ରୀଲଙ୍କାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଷ୍ଟେ୍ରଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ପୂର୍ବରୁ ଏସିଆ କପ ଆୟୋଜନ ହେବାର ଥିଲା । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଏସିଆ କପ୍‌ ଏବଂ ଟି-୨୦ ବିଶ୍ବକପକୁ ବାତିଲ କରିବାକୁ ପଡିଥିଲା ।

ତେବେ ଚଳିତ ବର୍ଷ ଜୁନ-ଜୁଲାଇରେ ଏସିଆ କପ ଆୟୋଜନ କରାଯିବାକୁ ଯୋଜନା କରାଯାଇଥିଲା । କିନ୍ତୁ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଟୁର୍ଣ୍ଣାମେଣ୍ଟକୁ ୨୦୨୨ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

   Related Posts