Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ମା’ଙ୍କ ଗୁହାରି ଶୁଣିଲେନି କୋର୍ଟ: ୧୩ ବର୍ଷୀୟ ଖ୍ରୀଷ୍ଟିୟାନ ନାବାଳିକାଙ୍କୁ ଇସଲାମ ଅପହରଣକର୍ତ୍ତାକୁ କରିଦେଲେ ହସ୍ତାନ୍ତର

2/11/2020 at 1:05 PM

ନୂଆଦିଲ୍ଲୀ ୦୨/୧୧ : ପାକିସ୍ତାନର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ପାକିସ୍ତାନର ଏକ ଅଦାଲତ ଚକିତ କଲାଭଳି ଫଇସଲା ଶୁଣାଇଛନ୍ତି। ଜଣେ ୧୩ ବର୍ଷୀୟ ଖ୍ରୀଷ୍ଟିୟାନ ନାବାଳିକାଙ୍କୁ ୪୪ ବର୍ଷ ବୟସ୍କ ଅପହରଣକର୍ତ୍ତା ଅଲି ଅଜହରକୁ ହସ୍ତାନ୍ତର କରିଛନ୍ତି। କୋର୍ଟଙ୍କ ଶୁଣାଣି ପରେ ନାବାଳିକାଙ୍କ ମା କାନ୍ଦି କାନ୍ଦି ଗଡିଗଲେ ହେଲେ କେହି ଶୁଣିଲେନି। ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଅକ୍ଟୋବର ୧୩ ତାରିଖରେ କରାଚୀ ରେଲୱେ କଲୋନୀରୁ ତାଙ୍କ ଘରୁ ଅପହରଣ କରାଯାଇଥିଲା। ଅପହରଣ ପରେ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଓ ଜୋର ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରି ଅପହରନକର୍ତ୍ତାକୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା।

ପାକିସ୍ତାନର ଜଣେ ସାମ୍ବାଦିକ ବିଲାଲ ଫାରୁକି ଟ୍ୱିଟରରେ କୋର୍ଟଙ୍କ ଫଇସଲା ଡିଟେଲ ଟ୍ୱିଟ କରି ନାବାଳିକାଙ୍କ ଜନ୍ମ ପ୍ରମାଣ ପତ୍ର ମଧ୍ୟ ଅପଲୋଡ଼ କରିଛନ୍ତି। ଏଥିରେ ନାବାଳିକାଙ୍କ ଜନ୍ମ ୨୦୦୭ ମସିହା ଜୁଲାଇ ୩୧ ତାରିଖ ରହିଛି। ପୀଡିତା ନାବାଳିକା ହୋଇଥିବା ସତ୍ତ୍ୱେ କୋର୍ଟ ଅପହରନକର୍ତ୍ତାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପୀଡିତାଙ୍କ ଦସ୍ତଖତ ଶପଥ ପତ୍ର ଆଧାରରେ ନିଜ ସହ ରଖିବେ। ଏଠାରେ ଗୁରୁତ୍ୱପୂର୍ଣ କଥା ହେଲା, ୨୦୧୪ ମସିହାରେ ସିନ୍ଧ ପ୍ରାଦେଶିକ ସଭା ସିନ୍ଧ ବାଲ୍ୟ ବିବାହ ନିରୋଧ ଆଇନ ପ୍ରଣୟନ କରିଥିଲେ ଯେପରି ବାଲ୍ୟ ବିବାହ ଉପରେ ରୋକ ଲଗାଯାଇପାରିବ ଏବଂ ପୁରୁଷଙ୍କୁ ୩ ବର୍ଷ ଦଣ୍ଡ ବିଧାନ ରହିଛି। ଅଭିଯୁକ୍ତ ଅଲି ଅଜହର ବିବାହିତ ଓ ତାର ୩ ପିଲାଛୁଆ ଅଛନ୍ତି।

ଅଦାଲତଙ୍କ ଏହି ଶୁଣାଣି ପରେ ପୀଡିତା ଓ ତାଙ୍କ ମାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ଉଭୟ ବିକଳ ହୋଇ କାନ୍ଦୁଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ନାବାଳିକା ଖ୍ରୀଷ୍ଟିୟାନ ଧର୍ମର। ତାଙ୍କ ବାପା କହିଛନ୍ତି ଯେ କରାଚୀରୁ ତାଙ୍କ ଘରୁ ତାଙ୍କୁ ଅପହରଣ କରାଯାଇଥିଲା। ଦୁଇ ଦିନ ପରେ ପୋଲିସ କହିଥିଲା ଯେ ୪୪ ବର୍ଷ ବୟସ୍କ ଅଜହର ସହ ପୀଡିତାଙ୍କ ବିବାହ ହୋଇଯାଇଛି। ବ୍ୟକ୍ତି ଜଣକ ବିବାହ ପ୍ରମାଣ ପତ୍ର ଦେଖାଇ କହିଥିଲା ଯେ ପୀଡିତା ଧର୍ମ ପରିବର୍ତ୍ତନ କରି ବିବାହ କରିଛନ୍ତି। ପ୍ରମାଣପତ୍ରରେ ପୀଡିତାଙ୍କ ବୟସ ୧୮ ବର୍ଷ ଦର୍ଶାଯାଇଛି।

ସିନ୍ଧ ଅଦାଲତଙ୍କ ଆଦେଶ ଅନୁସାରେ, ଏସଏଚଓ (ଷ୍ଟେସନ ହାଉସ ଅଫିସର)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଉତ୍ପୀଡ଼ନ ରୋକିବାକୁ କାହାକୁ ଗିରଫ କରାନଯାଉ ଏବଂ ବିବାହିତ ଅଜହର ଓ ନାବାଳିକାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ। କୋର୍ଟ ନିଜ ଫଇସଲାରେ କହିଛନ୍ତି ଯେ, ନାବାଳିକା ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଓ ନିଜ ନାଁ ଆର୍ଜୁ ଫତିମା ରଖିଛନ୍ତି। ନାବାଳିକା ସ୍ୱଇଚ୍ଛାରେ ଅଜହରକୁ ବିବାହ କରିଛନ୍ତି ବୋଲି କୋର୍ଟ କହିଛନ୍ତି। ନାବାଳିକାଙ୍କ ମା ନିଜ ଝିଅର ସୁରକ୍ଷା ପାଇଁ ଗୁହାରି କରିଛନ୍ତି। ଅଜହର ଓ ତାର ସମର୍ଥକ ତାଙ୍କୁ ଧମକ ଡାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ସେ ଅପିଲ କରିଛନ୍ତି।

ଲଘୁସଂଖ୍ୟକଙ୍କ ଉପରେ ଅତ୍ୟାଚାର ମାମଲାରେ ସିନ୍ଧରେ ଏହା ପ୍ରଥମ ମାମଲା ନୁହେଁ। ଜୁନ ମାସ ଶେଷ ଆଡକୁ ଆଉ ଏକ ଖବର ସାମ୍ନାକୁ ଆସିଥିଲା। ଖବର ଅନୁସାରେ, ସିନ୍ଧ ପ୍ରାନ୍ତରେ ବହୁ ସଂଖ୍ୟାରେ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କୁ ଇସଲାମ କରାଯାଇଥିଲା। ସିନ୍ଧର ବାଦିନରେ ୧୦୨ ହିନ୍ଦୁଙ୍କୁ ଜୋର ଜବରଦସ୍ତ ଇସଲାମ ଧର୍ମରେ ପରିବର୍ତ୍ତନ କରାଯାଇଥିଲା। ମାନବାଧିକାର ସଂସ୍ଥା ମୁଭମେଣ୍ଟ ଫର ସଲିଡେରିଟି ଆଣ୍ଡ ପିସ (MSP) ଅନୁସାରେ, ପାକିସ୍ତାନରେ ପ୍ରତି ବର୍ଷ ହଜାରେରୁ ଅଧିକ ହିନ୍ଦୁ ଓ ଖ୍ରୀଷ୍ଟିୟାନ ମହିଳା ଓ ଯୁବତୀଙ୍କୁ ଅପହରଣ କରି ତାଙ୍କ ଧର୍ମ ପରିବର୍ତ୍ତନ କରାଯାଇଥାଏ। ଏହାପରେ ଇସଲାମ ରୀତିନୀତି ଅନୁସାରେ ସେମାନଙ୍କ ବିବାହ କରାଯାଇଥାଏ। ପୀଡିତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୧୨ ରୁ ୨୫ ବର୍ଷ ମଧ୍ୟରେ ଥାଏ।

   Related Posts