Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପୂର୍ବତନ ପତ୍ନୀଙ୍କ ବାହାଘର ରୋକିବାକୁ ଇଣ୍ଟରନେଟ୍‌ରେ ଅଶ୍ଲିଳ ଫଟୋ ଭାଇରାଲ କଲେ ପ୍ରଥମ ସ୍ବାମୀ, କୋର୍ଟ ଦେଲେ ୧୨ ବର୍ଷ ଜେଲ୍ , ୩୦ ଲକ୍ଷ ଜରିମାନା ଦଣ୍ଡ

18/06/2021 at 8:16 PM

କରାଚୀ, ୧୮/୦୬ : ଜଣେ ବ୍ୟକ୍ତି ତାଙ୍କ ପୂର୍ବତନ ପତ୍ନୀଙ୍କୁ ଅନଲାଇନରେ ହଇରାଣ କରିବା ଅଭିଯୋଗରେ କୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ଅଭିଯୁକ୍ତଙ୍କୁ କରାଚି କୋର୍ଟ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ଏଜେନ୍ସି ଦ୍ୱାରା ଅନ୍ଲାଇନ୍ ଅପରାଧ ବିରୋଧରେ ଅର୍ଶଦ ହାଦି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୬ରେ ସେ ଅର୍ଶଦ ହାଦି ଫେସବୁକରେ ଏକ ନକଲି ଆକାଉଣ୍ଟ ତିଆରି କରି ନିଜ ପୂର୍ବତନ ପତ୍ନୀଙ୍କ “ଅଶ୍ଳୀଳ ଫଟୋ ଏବଂ ଭିଡିଓ” ପୋଷ୍ଟ କରୁଥିଲେ। ମାମଲାରେ କୋର୍ଟ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିସହ ତାଙ୍କୁ ୩ ମିଲିୟନ ଟଙ୍କା ଜରିମାନା କରାଯାଇଛି। ଉଭୟ ପକ୍ଷର ପ୍ରମାଣ ଏବଂ ଯୁକ୍ତି ଶୁଣିବା ପରେ ବିଚାରପତି (ପୂର୍ବ) ଖାଲିଦ ହୁସେନ୍ ଶାହାନି ରାୟ ଶୁଣାଇଥିଲେ।

ସୂଚନାନୁସାରେ, ମହିଳାଙ୍କ ପିତା ହାଦିଙ୍କ ବିରୋଧରେ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ସାଇବର କ୍ରାଇମ ୱିଙ୍ଗରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କଠାରୁ ଛାଡପତ୍ର ନେବାପରେ ମଧ୍ୟ ତାଙ୍କୁ ହଇରାଣ ହରକତ କରୁଛନ୍ତି। ମହିଳା ଜଣକ ତାଙ୍କର ଅମାନବୀୟ କାର୍ଯ୍ୟକଳାପଯୋଗୁଁ ତାଙ୍କଠାରୁ ଛାଡପତ୍ର ନେବାକୁ ଚାହିଁଥିଲେ। ସରକାରୀ ଓକିଲ କହିଛନ୍ତି ଯେ ୟୁଏଇର ଶାରଜାଠାରେ ରହୁଥିବାବେଳେ ହାଦି ନିଜ ପତ୍ନୀ ଡରାଇ ଧମକାଇ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇଥିଲେ। ପତ୍ନୀକୁ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ସେ ଏସବୁ କରିଥିଲେ।

ଓକିଲ କହିଛନ୍ତି ଯେ ୨୦୧୬ରେ ଯେତେବେଳେ ହାଦି ଜାଣିବାକୁ ପାଇଲେ ଯେ ମହିଳା ପୁନଃ ବିବାହ କରିବାକୁ ଯାଉଛନ୍ତି, ସେ ତାଙ୍କୁ ଅନଲାଇନରେ ହଇରାଣ କରିବା ଆରମ୍ଭ କରିଥିଲେ। ସେ ଫେସବୁକରେ ଏକ ନକଲି ଆଇଡି କରି ସେଥିରୁ ପୀଡିତାଙ୍କ ପିତା ଓ ଭଉଣୀଙ୍କୁ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇଥିଲେ।କୋର୍ଟରେ ଅଭିଯୁକ୍ତ ସ୍ୱୀକାର କରିଛି ଯେ ଫେସବୁକରେ ଫେକ ଆଇଡି ତାଙ୍କର ଏବଂ ସେହି ଆଇଡିରୁ ସେ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଉଥିଲେ।ଓକିଲ କହିଛନ୍ତି ଯେ ଯାଞ୍ଚ ଅଧିକାରୀ ଏକ ଲାପଟପ୍, ମୋବାଇଲ୍ ଫୋନ୍, ଟାବଲେଟ୍ ଏବଂ ଇଣ୍ଟରନେଟ୍ ଉପକରଣ ଜବତ କରି ଏହି ଉପକରଣଗୁଡ଼ିକରୁ ତଥ୍ୟ ସବୁ ଡିଲିଟ କରିଛନ୍ତି।

   Related Posts