Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ହାଫିଜ୍‌ ସୟିଦ୍‌କୁ ୫ବର୍ଷ ଜେଲ୍‌, ଆତଙ୍କବାଦୀକୁ ପାଣ୍ଠି ଯୋଗାଉଥିବାରୁ ଚେକ୍‌ ଦେଲେ ପାକ୍‌ କୋର୍ଟ

12/02/2020 at 6:06 PM

ଇସଲାମାବାଦ ୧୨।୦୨:  ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡଙ୍କୁ କୋର୍ଟଙ୍କ ଦଣ୍ଡାଦେଶ । ହାଫିଜ୍‌ ସୟିଦ୍ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ରହିଛି । ଆତଙ୍କୀଙ୍କୁ ଫାଣ୍ଠି ଯୋଗାଣ ମାମଲାରେ ଏକ କୋର୍ଟ ଉଭୟଙ୍କ ୫ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । 

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପାଞ୍ଚଟି ଟ୍ରଷ୍ଟ୍‍ ବ୍ୟବହାର କରିଥିବା ଜମାତ୍‌-ଉଦ୍‌-ଦାଓ୍ଵାର ମୁଖ୍ୟ ଏବଂ ତାଙ୍କର ୧୨ ଜଣ ସହଯୋଗୀଙ୍କ ବିରୋଧରେ ୨୩ ମାମଲା ରୁଜୁ କରାଯାଇଥିଲା। ହାଫିଜ୍‌ ବ୍ୟବହାର କରିଥିବା ସଂଗଠନଗୁଡ଼ିକ ହେଉଛି: ଦାଓ୍ଵାତ୍‌ ଇଶ୍‌ରାଦ୍‌ ଟ୍ରଷ୍ଟ୍‍, ମୋଆଜ୍‌ ବିନ୍‌ ଜବାଲ୍‌ ଟ୍ରଷ୍ଟ୍‍, ଅଲ୍‌-ଅନ୍‌ଫାଲ୍‌ ଟ୍ରଷ୍ଟ, ଅଲ୍‌-ମଦିନା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍, ଅଲ୍‌-ହମଦ ଟ୍ରଷ୍ଟ। ଏହି ସଂଗଠନ ଲାହୋର, ଗୁଜରାନ୍‌ଓ୍ଵାଲା ଏବଂ ମୁଲ୍‌ତାନ ଭଳି ପ୍ରମୁଖ ସହରରେ କାର୍ଯ୍ୟକରୁଥିଲା

କୋର୍ଟ ଫେବ୍ରୁଆରୀ ୬ରେ ଏହି ମାମଲାରେ ଶୁଣାଣି କରି ନିଷ୍ପତିକୁ ସଂରକ୍ଷିତ ରଖିଥିଲେ। ସୟିଦ୍ ବିରୋଧରେ ଟେରର ଫଣ୍ଡିଂ, ମନି ଲଣ୍ଟରିଂ ଓ ବେଆଇନ ଜବର ଦଖଲ ଭଳି ମୋଟ ୨୯ଟି ମାମଲା ରହିଛି। ଏହା ପୂର୍ବରୁ ଗତକାଲି କୋର୍ଟ ସୟିଦ୍‌ର ସେହି ଆବେଦନ ସ୍ୱୀକାର କରିଥିଲେ ଯେଉଁଥିରେ ୬ଟି ମାମଲାର ଏକାସଙ୍ଗେ ଶୁଣାଣି ଓ ନିଷ୍ପତ୍ତି ଶୁଣାଇବା ପାଇଁ କୁହାଯାଇଥିଲା। ପାକିସ୍ତାନୀ ମିଡିଆ ଅନୁସାରେ, ଡେପୁଟୀ ପ୍ରୋସେକ୍ୟୁଟର୍ ଜେନେରାଲ ଅବ୍ଦୁଲ ବଟ୍ଟୁ ଅଭିଯୁକ୍ତ ବିରୋଧରେ ୬ଟି ମାମଲାର ଶୁଣାଣି କୋର୍ଟରେ ଚାଲିଥିବା କହିଥିଲେ। ଯେଉଁଥିରୁ ୪ଟିରେ ପ୍ରମାଣ ଦାଖଲ ପ୍ରକ୍ରିୟା ଚାଲିଛି।

   Related Posts