Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ମୁକାବିଲା ପାଇଁ ଟଙ୍କା ନାହିଁ, କିନ୍ତୁ ଏହି ସମୟରେ ମିସାଇଲ୍ ପରୀକ୍ଷଣ କଲା ପାକିସ୍ତାନ

25/04/2020 at 4:16 PM

ଲାହୋର, ୨୫|୦୪:   ପାକିସ୍ତାନୀ ନୌସେନା ଉତ୍ତର ଆରବ ସାଗରରେ ଜାହାଜରୋଧୀ ମିସାଇଲ ପରୀକ୍ଷଣ କରିଛି । ଏହାର ପରୀକ୍ଷଣ ମଧ୍ୟ ସଫଳ ହୋଇଛି । ଏନେଇ ଜଣେ ମୁଖପାତ୍ର ଆର୍ଶିଦ ଜାଭେଦ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ନୌସେନା ପ୍ରମୁଖ ଆଡମିରାଲ ଜାଫର ମହମ୍ମଦ ଆବ୍ବାସୀ ମିସାଇଲର ପରୀକ୍ଷଣ ବେଳେ ଉପସ୍ଥିତ ଥିଲେ । ଜାହାଜକୁ ଟାର୍ଗେଟ୍ କରିପାରୁଥିବା ଏହି ମିସାଇଲକୁ ସମୁଦ୍ରରେ ଯୁଦ୍ଧପୋତରୁ ବିମାନ ଜରିଆରେ ଆକ୍ରମଣ କରାଯାଇ ପାରିବ । ଏହା ଶତ୍ରୁପକ୍ଷଙ୍କୁ ଉଚିତ ଜବାବ ଦେବ ବୋଲି ସେ କହିଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ଯେ, ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ପାକିସ୍ତାନ ମଧ୍ୟ ଏହି ଭାଇରସର ସଂକ୍ରମଣରୁ ବାଦ ପଡି ନାହିଁ । ଏହା ମଧ୍ୟରେ ପାକିସ୍ତାନର ଏହି ମିସାଇଲ ପରୀକ୍ଷଣ ଅନେକଙ୍କୁ ଚକିତ କରିଛି । କାରଣ ଏବେ ପାକିସ୍ତାନ ତଥା ପ୍ରଧାନମନ୍ତ୍ରୀ ଇମରାନ ଖାନ କରୋନା ମୁକାବିଲା ପାଇଁ ଅଧିକ ନଜର ଦେବା ଆବଶ୍ୟକ । ଏହି ସମୟରେ ସେ କିନ୍ତୁ ଭାଇରସର ମୁକାବିଲା କରିବା ପରିବର୍ତ୍ତେ ମିସାଇଲ ପଛରେ ଲାଗିଛନ୍ତି । ପୂର୍ବରୁ ପାକିସ୍ତାନ ଦେବାଳିଆ ସ୍ଥିତିରେ ରହିବା ସହ ସାର୍କ ଦେଶ ତରଫରୁ ଗଠିତ ଫଣ୍ଡରୁ ସାହାଯ୍ୟ ମଧ୍ୟ ଭିକ୍ଷା କରିଛି ।

ପୂର୍ବରୁ ମଧ୍ୟ ପାକିସ୍ତାନ କରୋନା ମୁକାବିଲା ଠିକସେ କରିପାରୁ ନଥିବାରୁ ସମାଲୋଚନାର ଶିକାର ହୋଇଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୯୪୦ରେ ପହଁଚିଥିବା ବେଳେ ୨୫୩ଜଣ ପ୍ରାଣ ହରାଇଛନ୍ତି ।

   Related Posts