କରୋନା ଲଢେଇରେ ହାତ ଟେକିଦେଲେ ଇମରାନ, ମେଡିକାଲ ବଦଳରେ ସଂକ୍ରମିତଙ୍କ ପାଇଁ କବରସ୍ଥାନ ତିଆରି କରୁଛି ପାକିସ୍ତାନ

Published By : Prameya-News7 Bureau | April 03, 2020 IST

ଲାହୋର, ୦୩|୦୪ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫୮ ଛୁଇଁଛି । ସେହିପରି ୩୫ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ତେବେ ଏହି ଦେଶର ପଞ୍ଜାବ ଓ ସିନ୍ଧ ପ୍ରାନ୍ତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ପଞ୍ଜାବରେ ୯୨୮ ଓ ସିନ୍ଧରେ ୭୮୩ଟି ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରେ ପାକର ଅନେକ ଅଞ୍ଚଳରେ ନୂଆ କବରସ୍ଥାନ ତିଆରି କରିବା ଆରମ୍ଭ କରିଦେଇଛି ।

{"id":248528,"width":753,"height":425,"sizeSlug":"large"}

ନ୍ୟୁଜ ଚ୍ୟାନେଲ ଏଆରଓ୍ୱାଇ ଅନୁସାରେ, ସିନ୍ଧ ସରକାର କରୋନା ଭାଇରସ ମୃତକଙ୍କୁ ପୋତିବା ପାଇଁ ୮୦ ଏକର ଜମି ଆବଣ୍ଟିତ କରିଛନ୍ତି । ଏଠାରେ ପୂର୍ବରୁ ଶବକୁ କବର ଦିଆଯାଇଛି । ଏହାକୁ କେବଳ କରୋନା ମୃତକଙ୍କ ଶରୀର ପୋତିବା ପାଇଁ ବ୍ୟବହାର କରାଯିବ । ସଂକ୍ରମଣ ବ୍ୟାପିବାର ଆଶଙ୍କାରେ ସରକାର ଏପରି ଅନେକ କବରସ୍ଥାନ ତିଆରି କରିବାରେ ଲାଗିଛନ୍ତି । ଏହାକୁ କରାଚୀ ସହରର ଏନଏଚ୍ ପାଖରେ ତିଆରି କରାଯାଇଛି ।

କରାଚୀ ମେୟର ଓ୍ୱାସିମ ଅଖତାର କହିଛନ୍ତି ଯେ, କରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଭିନ୍ନ ଭିନ୍ନ କବରସ୍ଥାନ ନିର୍ମାଣ କରାଯାଇଛି । ମୃତକଙ୍କୁ ମହମ୍ମଦ ଶାହ, ସୁର୍ଜନୀ, ମୋକଚ ଗୌଧ, କରେଙ୍ଗୀ, ଗୁଲସନ-ଏ-ଜିଆ କବରସ୍ଥାନରେ ପୋତାଯିବ । ଏଥିପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ମୃତକଙ୍କ ପରିବାରକୁ ମୃତଦେହଠୁ ଦୂରରେ ରଖାଯିବ ବୋଲି ନିର୍ଦ୍ଦେଶ ରହିଛି ।

{"id":248529,"width":753,"height":430,"sizeSlug":"large"}

ତେବେ ସରକାର ମେଡିକାଲ ବଦଳରେ କବରସ୍ଥାନ ନିର୍ମାଣକୁ ଅନେକ ଲୋକ ସମାଲୋଚନା କରିଛନ୍ତି । କରୋନା ଲଢେଇରେ ଇମରାନ ଖାନ ସରକାର ହାତ ଟେକି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.