ନୂଆଦିଲ୍ଲୀ ୦୯।୦୫: କଣ ଭାରତ ପାକିସ୍ତାନ ଆଡକୁ ପ୍ରବାହିତ ନଦୀରେ ଜଳ ଛାଡିବା ବନ୍ଦ କରି ଦେଇଛି ? ଏବେ ପାକିସ୍ତାନ କହୁଛି, ଚେନାବ ନଦୀରେ ଛଡା ଯାଉଥିବା ଜଳର ପରିମାଣରେ ଅହେତୁକ ହ୍ରାସ ଘଟିଛି। ମାତ୍ର ଭାରତ ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରିଛି। ସିନ୍ଧୁ ନଦୀ ମାମଲାରେ ଭାରତୀୟ ଉଚ୍ଚାୟୋଗ ପ୍ରଦୀପ କୁମାର ସକ୍ସେନାକୁ ବୁଧବାର ପଠାଇଥିବା ପତ୍ରରେ ପାକିସ୍ତାନ ସମକକ୍ଷ ସଇଦ ମହମ୍ମଦ ମେୟର ଅଲୀ ଶାହା କହିଛନ୍ତି, ଚେନାବ ମରାଲା ହେଡଓ୍ଵାର୍କ୍ସରେ ପାଣିର ସ୍ରୋତ ଅପ୍ରତ୍ୟାଶିତ ଭାବେ ୩୧,୮୫୩ କ୍ୟୁସେକ୍ରୁ ହ୍ରାସ ପାଇ ୧୮,୭୦୦ କ୍ୟୁସେକ୍ରେ ରହିଛି। ମରାଲା ହେଡଓ୍ଵାର୍କ୍ସରୁ ହିଁ ଚେନାବର ପାଣି ଭାରତରୁ ପାକିସ୍ତାନ ଆଡକୁ ପ୍ରବାହିତ ହୋଇଥାଏ। ପତ୍ରରେ ଶାହା ଭାରତ ଉଚ୍ଚାୟୋଗ ସକ୍ସେନାଙ୍କୁ ଏହାର ସନ୍ଧାନ କରି ସୂଚନା ଦେବାକୁ ଅନୁରୋଧ କରିଛନ୍ତି।
ସକ୍ସେନା କହିଛନ୍ତି, ଏହି ମାମଲାରେ ପାକିସ୍ତାନ ପକ୍ଷରୁ ଲଗାଯାଉଥିବା ଆରୋପରେ ସତ୍ୟତା ନାହିଁ। ଭାରତ ପକ୍ଷରୁ ଚେନାବ ଓ ରବି ନଦୀରେ କ୍ରମଶଃ ଅଖନୁର ଓ ସିଧ୍ରାରେ ଶେଷ ମାପk ଯନ୍ତ୍ର ରହିଛି। ସେଠାରେ ପାଣିର ପ୍ରବାହରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସକ୍ସେନା କହିଛନ୍ତି, ପାକିସ୍ତାନ ଯେଉଁ ସମୟରେ ପାଣି ଛାଡିବା କଥା କହିଥିଲା, ସେହି ସମୟରେ ମଧ୍ୟ ସେହି ପରିମାଣରେ ପାଣି ପ୍ରବାହିତ ହେଉଥିଲା। ତେଣୁ ପାକିସ୍ତାନକୁ ଏହି ମାମଲାରେ ସଠିକ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।
{"id":267302,"sizeSlug":"large"}୧୯୬୦ରେ ହୋଇଥିଲା ସିନ୍ଧୁ ନଦୀ ଚୁକ୍ତିନାମା
ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ୧୯୬୦ ସେପ୍ଟେମ୍ବର ୧୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ଉପରେ ଏକ ଚୁକ୍ତିନାମା ହୋଇଥିଲା। ଏହାକୁ ସିନ୍ଧୁ ଜଳ ସନ୍ଧି କୁହାଯାଏ। ସନ୍ଧି ଉପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନ ଦସ୍ତଖତ କରିଥିଲେ। ୧୯୬୧ ଜାନୁଆରୀ ୧୨ରେ ସର୍ତ୍ତ ଲାଗୁ କରାଯାଇଥିଲା। ଚୁକ୍ତିନାମା ଆଧାରରେ ୬ଟି ନଦୀର ଜଳ ବଣ୍ଟନ ସ୍ଥିର ହୋଇଥିଲା। ଏହି ସବୁ ନଦୀ ଭାରତରୁ ପାକିସ୍ତାନକୁ ପ୍ରବାହିତ ହୋଇଥାଏ।
ରାଜିନାମାରେ ସ୍ପଷ୍ଟ କରାଯାଇଥିଲା ଯେ, ପୂର୍ବ କ୍ଷେତ୍ରର ତିନୋଟି ନଦୀ- ରବି, ବ୍ୟାସ୍ ଓ ସତଲେଜ୍ ଉପରେ ଭାରତର ଏକଛତ୍ର ଅଧିକାର ରହିଛି। ପଶ୍ଚିମ କ୍ଷେତ୍ରର ନଦୀ ସିନ୍ଧୁ, ଚେନାବ ଓ ଝେଲମର କିଛି ପାଣି ପାକିସ୍ତାନକୁ ଛାଡିବାକୁ ଚୁକ୍ତିନାମା ହୋଇଥିଲା। ଏହି ତିନୋଟି ବଡ ନଦୀର ପାଣିରେ ଚାଷ, ନୌବହନ ଓ ଘରୋଇ ବ୍ୟବହାର କରିବାରେ ଭାରତର ଅଧିକାର ମଧ୍ୟ ରହିଛି। ଭାରତ ସ୍ଥିରିକୃତ ମାପଦଣ୍ଡ ଆଧାରରେ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ମଧ୍ୟ କରି ପାରିବ। ଚୁକ୍ତିନାମା ଅନୁଯାୟୀ ପାକିସ୍ତାନକୁ ପାଣି ଛାଡି ଆସୁଛି ଭାରତ।