ପାକିସ୍ତାନର ଦାବି- ଅନୁପ୍ରବେଶ ଉଦ୍ୟମ କରୁଥିଲା ଭାରତୀୟ ବୁଡାଜାହାଜ, ଅଟକାଇ ଦେଲୁ, ଜାରି କଲା ଭିଡିଓ

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯।୧୦: ପାକିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌କୁ ନେଇ ପ୍ରଶଂସକଙ୍କ ଗହଣରେ ଉତ୍ସାହ ଲାଗି ରହିଛି। ହେଲେ ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ନୌସେନା  ଭାରତ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି। ପାକିସ୍ତାନର ନୌସେନା ଏକ ଭିଡିଓ ଜାରି କରି କହିଛନ୍ତି, ଭାରତର ଏକ ବୁଡାଜାହାଜ ପାକିସ୍ତାନର ଜଳ କ୍ଷେତ୍ରରେ ପଶିବାକୁ ଉଦ୍ୟମ କରିଛି। ପାକିସ୍ତାନ ଦାବି କରିଛି ଯେ, ତାର ନୌସେନା କେବଳ ଭାରତର ବୁଡାଜାହାଜର ଚିହ୍ନଟ କରି ନାହିଁ ବରଂ ଏହାକୁ ଠାବ କରି ଏହାର ରାସ୍ତା ରୋକିଛନ୍ତି।

ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ(ଆଇଏସପିଆର) କହିଛି, ପାକିସ୍ତାନୀ ନୌସେନା ଭାରତୀୟ ନୌସେନାର ଏକ ବୁଡାଜାହାଜକୁ ଅଟକାଇଛି। ଏହି ବୁଡାଜାହାଜ ପାକିସ୍ତାନ ଜଳସୀମାରେ ଅକ୍ଟୋବର ୧୬ରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ହେଲେ ଏହା ପୂର୍ବରୁ ହିଁ ପାକିସ୍ତାନୀ ନୌସେନା ଭାରତୀୟ ବୁଡାଜାହାଜକୁ ଟ୍ରାକ୍ କରି ନେଇଥିଲା ବୋଲି ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି।  ଭାରତୀୟ ନୌସେନାର ଏହି ପରି ଦୁଃସାହାସର  ଏହା ହେଉଛି ତୃତୀୟ ଘଟଣା।

wp:html /wp:html

ପାକିସ୍ତାନୀ ଖବର କାଗଜ ଡନ ଅନୁଯାୟୀ, ୨୦୧୯ ମାର୍ଚ୍ଚରେ ମଧ୍ୟ ପାକିସ୍ତାନୀ ନୌସେନା ଭାରତର ଏକ ବୁଡାଜାହାଜକୁ ଟ୍ରାକ୍ କରିଥିଲା। ଚାହିଁଥିଲେ ସେମାନେ ବୁଡାଜାହାଜକୁ ସହଜରେ ନଷ୍ଟ କରି ଦେଇପାରିଥାନ୍ତେ। ମାତ୍ର ସେମାନେ ଭାରତକୁ ଶାନ୍ତିର ସୁଯୋଗ ଦେବାକୁ ଚାହୁଁଥିଲେ ବୋଲି ଡନ୍‌ରେ ଲେଖା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.