Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନର ଦାବି- ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ଅସ୍ବୀକାର କରିଛନ୍ତି କୁଲଭୁଷଣ ଯାଦବ

8/07/2020 at 4:32 PM

ଇସ୍ଲାମଵାଦ ୦୮/୦୭ : ପାକିସ୍ତାନ ଦାବି କରିଛି ଯେ ଜାସୁସି ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ସେବା ନିବୃତ ଅଧିକାରୀ କୁଲଭୁଷଣ ଯାଦବ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଅସ୍ବୀକାର କରିଛନ୍ତି | ସୂଚନା ଅନୁଯାୟୀ, କୁଲଭୁଷଣ ଯାଦବ ମର୍ସି ପିଟିସନରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି | ପାକିସ୍ତାନ ଦାବି କରିଛି ଯେ ସେ କୁଲଭୁଷଣଙ୍କୁ ଦ୍ୱିତୀୟ କାଉନସୁଲର ଆକ୍ସେସ ଦେବାକୁ ଅଫର କରିଥିଲା | କୁଲଭୁଷଣଙ୍କ ପରିବାର ତରଫରୁ ଏହି ମାମଲାରେ କୌଣସି ବୟାନ ଆସିନାହିଁ | ଏହା ପୂର୍ବରୁ ଇନ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସରୁ କୁଲଭୁଷଣଙ୍କୁ ଆଶ୍ବସ୍ତି ମିଳିସାରିଛି |

ପାକିସ୍ତାନ କୁଲଭୁଷଣ ମାମଲାରେ ଦ୍ୱିତୀୟଥର କାଉନସୁଲର ଆକ୍ସେସ ଦେବାକୁ ଭାରତକୁ ପ୍ରସ୍ତାବ ଦେଇଥିଲା | କୁଲଭୁଷଣଙ୍କ ପିତା ଏବଂ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଛି | ପାକିସ୍ତାନୀ ସୂତ୍ର ଅନୁଯାୟୀ, ପାକିସ୍ତାନ କୁଲଭୁଷଣଙ୍କୁ ଜୁନ ୧୭ ତାରିଖରେ ରିଭ୍ୟୁ ପିଟିସନ ଫାଇଲ କରିବାକୁ କହିଥିଲା କିନ୍ତୁ ସେ ମନା କରିଦେଇଥିଲେ | ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ସେ ଏ ପ୍ରସଙ୍ଗରେ ଭାରତ ଦୂତାବାସକୁ ଲିଖିତ ସୂଚନା ଦେଇଛନ୍ତି | ପାକିସ୍ତାନ ଗତ ନଭେମ୍ବର ମାସରେ କୁଲଭୁଷଣ ମାମଲାରେ କୌଣସି ପ୍ରକାର ଛୁକି କରିବାକୁ ଅସ୍ବୀକାର କରିଥିଲା | ଆଇସିଜେଙ୍କ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ସମ୍ବିଧାନ ଅନୁସାରେ ଯେକୌଣସି ପଦକ୍ଷେପ ନିଆଯିବ ବୋଲି ପାକିସ୍ତାନ କହିଥିଲା |

କୁଲଭୁଷଣ ଯାଦବଙ୍କୁ ୨୦୧୭ ଏପ୍ରିଲରେ ପାକିସ୍ତାନୀ ସୈନ୍ୟ ଅଦାଲତ ଜାସୁସି ଏବଂ ଆତଙ୍କବାଦୀ ଆରୋପରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲା | ପରେ ଭାରତ କୁଲଭୁଷଣଙ୍କ ମୃତ୍ୟୁ ଦଣ୍ଡକୁ ଚେତାବନୀ ଦେଇ ପାକିସ୍ତାନ ବିରୋଧରେ ଇନ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସର ଦ୍ୱାରସ୍ଥ ହୋଇଥିଲା | ସେଠାରେ ଭାରତ ପକ୍ଷରେ ଫଇସଲା ଶୁଣାଯାଇଥିଲା | ଇନ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ପାକିସ୍ତାନକୁ କୁଲଭୁଷଣଙ୍କ ସଜା ସମୀକ୍ଷା କରିବା ଏବଂ ତାଙ୍କୁ ଶୀଘ୍ର କାଉନସୁଲର ଆକ୍ସେସ ଦେବାକୁ ଆଦେଶ ଦେଇଥିଲା | ସେବେଠାରୁ ଭାରତ ଏହି ଆଦେଶକୁ ଲାଗୁ କରାଇବାକୁ ପ୍ରୟାସ କରି ପାକିସ୍ତାନ ସମ୍ପର୍କରେ ରହିଛି |

ଏହି ମାମଲାରେ ଭାରତର ଆବେଦନ ସ୍ୱୀକାର କରି ପାକିସ୍ତାନର ଆପତ୍ତି ଖାରଜ କରି ଆଇସିଜେ ୪୨ ପୃଷ୍ଠା ବିଶିଷ୍ଟ ଆଦେଶରେ କହିଥିଲେ ଯେ କୁଲଭୁଷଣଙ୍କୁ ଶୁଣାଯାଇଥିବା ମୃତ୍ୟୁ ଦଣ୍ଡକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି | ଆଇସିଜେ ସୈନ୍ୟ ଅଦାଲତର ନିଷ୍ପତ୍ତିକୁ ରଦ୍ଦ କରି, କୁଲଭୁଷଣଙ୍କ ମୁକ୍ତି ସମେତ ଭାରତର ଅନେକ ଦାବି ଖାରଜ କରିଥିଲେ |

   Related Posts