Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

ଭାରତ ସହ ବିବାଦ ବଢୁଥିବା ବେଳେ ଚୀନ୍‌ ଓ ପାକିସ୍ତାନ ଆରମ୍ଭ କଲେ ସଂଯୁକ୍ତ ସମରାଭ୍ୟାସ

25/08/2019 at 3:35 PM

ଇସଲାମାବାଦ – କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏକ ପ୍ରକାର ବିଚଳିତ ହୋଇଯାଇଛି । ଚୀନ୍‌ ସହାୟତାରେ ମିଳିତ ଜାତି ସଂଘର ସୁରକ୍ଷା ପରିଷଦରେ ଏଙି କଥାକୁ ଉତ୍ଥାପନ କରିବାପରେ ମଧ୍ୟ ପାକିସ୍ତାନକୁ କୌଣସି ସହାୟତା ମିଳିନାହିଁ । ଏବେ ପାକିସ୍ତାନ ଓ ଚୀନ୍‌ ଏକାଠି ହୋଇ ସଂଯୁକ୍ତ ସମରାଭ୍ୟାସ ଆରମ୍ଭ କରିଛନ୍ତି ।ପାକିସ୍ତାନ ଓ ଚୀନ୍‌ର ଯୁଦ୍ଧ ବିମାନ ଏକାଠି ସମରାଭ୍ୟାସ କରୁଛନ୍ତି । ଏହାର କୋଡ ନାମ ସାହିନ ଆଠ ବା ବାଜ ୮ ରଖାଯାଇଛି । ୨୦୧୧ ମସିହାରେ ଏହି ଦୁଇ ଦେଶ ଏପିର ସମରାଭ୍ୟାସ କରିଥିଲେ ।

ଏହା କାହାରି ଉଦ୍ଦେଶ୍ୟରେ ନୁହେଁ ବଂର ଦୁଇ ଦେଶ ମଧ୍ୟରେ ସାମରିକ ସହାୟତା ବୃଦ୍ଧି କରିବା ପାଇଁ ବୋଲି ପାକିସ୍ତାନ ସଫେଇ ଦେଇଛି ।

ଚୀନ୍‌ର ପିଏଲ୍‌ଏଫ୍‌ ଓ ପାକିସ୍ତାନର ପାଏଫ୍‌ ୨୦୧୧ ମସିହାରୁ ପ୍ରତିବର୍ଷ ଏପରି ସମରାଭ୍ୟାସ କରୁଛନ୍ତି । ୨୦୧୧ ମସିହାରେ ପ୍ରଥମ ସାହୀନ ଏୟାର ଏକ୍ସରସାଇଜ୍‌ ବା ସମରାଭ୍ୟାସ କରାଯାଇଥିଲା । ଦ୍ୱିତୀୟ ସମରାଭ୍ୟାସ ଚୀନ୍‌ରେ ୨୦୧୩ ମସିହାରେ କରାଯାଇଥିଲା ।
ଏହି ସମରାଭ୍ୟାସରେ ପାକିସ୍ତାନର ପାଇଲଟ, ଫ୍ଲାଇଟ ଇଞ୍ଜିନିୟର ଓ ଅନ୍ୟ ଟେକନିକାଲ୍‌ ଷ୍ଟାଫ ଅଂଶ ଗ୍ରହଣ କରିଛନ୍ତି ।

   Related Posts