Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କୁଲଭୂଷଣଙ୍କୁ ନେଇ ପଲଟିଲା ପାକିସ୍ତାନ, ମୃତ୍ୟୁଦଣ୍ଡାଦେଶର ସମୀକ୍ଷାକୁ ଦେଲା ମଞ୍ଜୁରି

22/10/2020 at 10:13 PM

ଇସ୍ଲାମାବାଦ : ପାକିସ୍ତାନ ନାସନାଲ ଆସେମ୍ବ୍ଲିର ଆଇନ ଓ ନ୍ୟାୟ ସମ୍ପର୍କିତ ସ୍ଥାୟୀ କମିଟି କୁଲଭୂଷଣ ଯାଦବଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ସମୀକ୍ଷା ଲାଗି ବିଧେୟକକୁ ମଞ୍ଜୁର କରିଛନ୍ତି।  ଦି ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍ (ରିଭ୍ୟୁ ଏଣ୍ଡ ରି କନସିଡିରେସନ) ପ୍ରସ୍ତାବକୁ ବିପକ୍ଷ ଦଳଙ୍କ ବିରୋଧ ସତ୍ତ୍ୱେ କମିଟି ଚର୍ଚ୍ଚା କରିବା ସହ ଗୃହୀତ କରାଇଛି।

 ବିଧେୟକ ଆଲୋଚନାରେ ଅଂଶଗ୍ରହଣ କରି ପାକ୍ ଆଇନ ଓ ନ୍ୟାୟ ମନ୍ତ୍ରୀ ଫାରଗ ନସୀମ କହିଥିଲେ ଯେ ବିଧେକକୁ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଅନୁସାରେ ଉପସ୍ଥାପିତ କରାଯାଇଛି। ଏଣୁ ବିଧେୟକକୁ ସଂସଦର ମଞ୍ଜୁରି ନ ମିଳିଲେ ଅନ୍ତର୍ଜାତୀୟ କଟକଣାର ସମ୍ମଖୀନ ହେବାକୁ ପଡିପାରେ।  କମିଟିରେ ସାମିଲ ବିପକ୍ଷ ଦଳ ପିଏମଏଲ-ଏନ୍, ପିପିପି ଓ ଜମିୟତ ଉଲେମା-ଏ-ଇସ୍ଲାମର ସଦସ୍ୟମାନେ ବିଧେୟକକୁ ବିରୋଧ କରିଥିଲେ।

ତେବେ କ୍ଷମତାସୀନ ପାକିସ୍ତାନ ତେହେରିକ-ଏ-ଇଂସାଫ ପାର୍ଟି (ପିଟିଆଇ) ସାଂସଦ ଫାତିମା ମତଦାନ ପରେ ମାମଲାର ସମାଧାନ କରିବା ବୋଲି  କହିଥିଲେ। ଏଥିରେ ସେ ପିଟିଆଇର ସାଂସଦମାନଙ୍କୁ କଖ୍ୟ ତ୍ୟାଗରୁ ନିବୃଥ୍ତ କରାଇବା ସହ ଭୋଟିଂ କରାଇଥିଲେ। ଏଥିରୁ ୮ ଜଣ ବିଧେୟକ ସପକ୍ଷରେ ଭୋଟ ଦେଇଥିବା ବେଳେ ୫ ଜଣ ବିରୋଧ କରିଥିଲେ। ତେବେ ପାକିସ୍ତାନ ବିରୋଧରେ ଭାରତର ଅବମାନନା ପିଟିସନ  ପଦକ୍ଷେପ ଆଶଙ୍କାରେ ଏହିବିଧାୟକକୁ ଗୃହୀତ କରାଯାଇଥିବା କହିଛନ୍ତି  ଆଇନ ମନ୍ତ୍ରୀ କହିଛନ୍ତି।

 ଯଦି ଭାରତ ମାମଲାକୁ ଜାତିସଂଘ ସୁରକ୍ଷା ପରିଷଦକୁ ନେଇ ଯାଏ ତେବେ ପାକିସ୍ତାନ ବିରୋଧରେ କଟକଣା ଲାଗୁ ହେବାର ସମ୍ଭାବନା ରହିଛି। ୨୦୧୭ ମସିହାରେ ଗୁଇନ୍ଦାଗିରି ଓ ଆତଙ୍କବାଦ ପ୍ରସାର ଅଭିଯୋଗରେ ପାକ୍ ସେନା କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା କୁଲ ଭୂଷଣ ଯାଦବ ମାମଲାରେ ଭାରତ ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୧୯ ମସିହାରେ ଆଇସିଜେ ପାକିସ୍ତାନକୁ ଅନ୍ତତଃ ମାମଲାର ପୁନର୍ବିଚାର କରିବା ଆବଶ୍ୟକ ବୋଲି କହିଥିଲେ।

   Related Posts