ଏଲଓସିରେ ପାକିସ୍ତାନର ଯୁଦ୍ଧ ବିରତି ଉଲଂଘନ : ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହୀଦ

Published By : Prameya-News7 Bureau | March 13, 2019 IST

କାଶ୍ମୀର ୧୩/୩ : ଵାଲାକୋଟରେ ଭାରତୀୟ ବାୟୁସେନାର ଜବାବ ପରେ ମଧ୍ୟ ପାକିସ୍ତାନ ନିଜ କାରନାମା ଚଳେଇଛି | ଆଜି କାଶ୍ମୀରର ପୁଂଛ ଅଂଚଳରେ ପାକିସ୍ତାନ ଯୁଦ୍ଧ ବିରତି ଉଲଂଘନ କରିଥିଲା | ପାକିସ୍ତାନ ନିୟନ୍ତ୍ରଣ ରେଖାରେ ନିୟୋଜିତ ଟ୍ରେଡ଼ ସେଣ୍ଟର ଉପରକୁ ଫାଇରିଙ୍ଗ କରିଥିଲା | ଟ୍ରେଡ଼ ସେଣ୍ଟରର ୨ଟି ପ୍ରକୋଷ୍ଠ ଉପରକୁ ଫାଇରିଙ୍ଗ କରିଥିଲା ପାକିସ୍ତାନ |


ପାକିସ୍ତାନର ଫାଇରିଙ୍ଗରେ ସ୍ଥାନୀୟ ଲୋକଙ୍କ ଅନେକ କ୍ଷତି ହୋଇଛି | ପାକିସ୍ତାନର ଫାଇରିଙ୍ଗ ପାଇଁ ଭାରତ ପାକିସ୍ତାନ ମଧ୍ୟରେ ଜାରି ଥିବା ବ୍ୟବସାୟ ସମ୍ପୂର୍ଣ ବନ୍ଦ କରାଯାଇଥିଲା | ଏହା ପୂର୍ବରୁ ପୁଲୱାମା ହମଲା ପରେ ୨ ଦେଶ ମଧ୍ୟରେ ବ୍ୟବସାୟ ସମ୍ପୂର୍ଣ ବନ୍ଦ ରଖ ଯାଇଥିଲା | ପାକିସ୍ତାନର ଏହି କାରନାମାର ଜବାବ ଦେଇଛି ଭାରତୀୟ ସେନା |
ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଲଗାତାର ଯୁଦ୍ଧ ବିରତି ଉଲଂଘନ କରିଚାଲିଛି | ଜାମ୍ମୁ କାଶ୍ମୀର ପୁଂଛ, ରାଜୋରୀ ସମେତ ପାଖାପାଖି ସମସ୍ତ ଅଂଚଳରେ ପାକିସ୍ତାନ ତରଫରୁ ଫାଇରିଙ୍ଗ ଜାରି ରହିଛି |


ପାକିସ୍ତାନ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଚାଲିଥିବାବେଳେ କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ସାମ୍ନା ମଧ୍ୟ କରିବାକୁ ପଡୁଛି | ଆଜି ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି | ଲଗାତାର ଆତଙ୍କବାଦୀ ସେନାକୁ ଟାର୍ଗେଟ କରି ଫାଇରିଙ୍ଗ କରୁଛନ୍ତି |


ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନର ବାଉଳା ହୋଇଯାଇଛି | ଲଗାତାର ପ୍ରତିଦିନ ସୀମା ପାଖ ଅଂଚଳରେ ଫାଇରିଙ୍ଗ ଚଳାଇଛି | ଏକ ଅନୁମାନ ହିସାବରେ ଫେବୃଆରୀ ୨୬ ତାରିଖରୁ ଆଜି ପର୍ଯ୍ୟନ୍ତ ପାକିସ୍ତାନ ୮୦ ଥର ଯୁଦ୍ଧ ବିରତି ଉଲଂଘନ କରିସାରିଛି | ପାକିସ୍ଥାନ ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.