ଉରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ: ଜଣେ ଯବାନ ସହିଦ, ଜଣେ ମହିଳା ମୃତ

Published By : Prameya-News7 Bureau | December 25, 2019 IST

wp:heading {"level":5,"textColor":"very-dark-gray"}
ଶ୍ରୀନଗର ୨୫|୧୨:  ସୁଧୁରୁନି ପାକ୍ । ବୁଧବାର ଉରୀ ସେକ୍ଟରରେ ଯୁଦ୍ଧବୀରାମ ଉଲ୍ଲଂଘନ ସହ ପ୍ରବଳ ଗୁଳିଗୋଳା ମାଡ କରିଛି। ପାକିସ୍ତାନ ପକ୍ଷରୁ ହୋଇଥବା ଗୁଳିମାଡରେ ଜଣେ ଜୁନିୟର କମିଶନ ଅଫିସର ସହିଦ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଏହାର ଦୃଢ ଯବାବ ଦେଇଛି ।
/wp:heading {"id":202621,"width":570,"height":357,"sizeSlug":"large"}
wp:heading {"level":5}
କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଙ୍ଘନ କରିଛି । ବୁଧବାର ସଂଧ୍ୟାରେ ପାକିସ୍ତାନ ପକ୍ଷରୁ ଉରୀ ସେକ୍ଟରେ ପ୍ରବଳ ଗୁଳି ଓ ଗୋଳା ମାଡ କରାଯାଇଛି । ପାକିସ୍ତାନର ଏହି ନାପାକ ହରକତରେ ଜଣେ ଭାରତୀୟ ଯବାନ ସହିଦ ହେବା ସହ ଜଣେ ସ୍ଥାନୀୟ ମହିଳା ନସୀମାଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ଉରୀ ସେକ୍ଟରରେ ପ୍ରବଳ ମୋର୍ଟାର ମାଡ କରିଛି । ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଛି । ଭାରତୀୟ ସେନାର ଗୁଳିମାଡରେ ପାକିସ୍ତାନ ବଙ୍କର ଧ୍ୱଂସ ହୋଇଛି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.