ପାକିସ୍ତାନ ଦଳକୁ ଜୋରଦାର ଝଟକା, ଟି-୨୦ ସିରିଜ୍‌ରୁ ବାଦ୍ ପଡିଲେ ଏହି ପ୍ରମୁଖ ଖେଳାଳି

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩।୧୨: ଆସନ୍ତା ସପ୍ତାହରେ ଘରୋଇ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଭ୍ରମଣକାରୀ ପାକିସ୍ତାନ କରୋନା ସହ ସଂଘର୍ଷ କରି ପଡିଆକୁ ଅଭ୍ୟାସ୍ ପାଇଁ ଓହ୍ଲାଇଛି। ହେଲେ ଏହା ମଧ୍ୟରେ ଦଳକୁ ବହୁତ ବଡ ଝଟକା ଲାଗିଛି। ଦଳର ଅଧିନାୟକ ବାବର ଆଜମ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାହାରି ଯାଇଛନ୍ତି। ବାବରଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଏହି କାରଣରୁ ତାଙ୍କୁ ଦଳରୁ ବାଦ୍ ପଡିବାକୁ ପଡିଛି। ରବିବାର ପାକିସ୍ତାନ ଦଳର କ୍ଵିନ୍ସଟାଉନ୍‌ରେ ଅଭ୍ୟାସ୍ କରୁଥିବା ବେଳେ ବାବରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି) ଅନୁଯାୟୀ, ବାବରଙ୍କ ଆଙ୍ଗୁଠି ସ୍କାନ କରାଯାଇଛି। ଆଙ୍ଗୁଠି ଫ୍ୟାକଚର ହୋଇଥିବା ଜଣା ପଡିଛି। ଫଳରେ ବାବର ଅତି କମରେ ୧୨ ଦିନ ପର୍ଯ୍ୟନ୍ତ ଅଭ୍ୟାସ୍‌ କରି ପାରିବେ ନାହିଁ। ଏହି ସମୟରେ ଡାକ୍ତର ବାବରଙ୍କ ଆଘାତ ଉପରେ ନଜର ରଖିବେ। ଏହା ପରେ ଯାଇ ପ୍ରଥମ ଟେଷ୍ଟରେ ସେ ଖେଳିବେ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ପିସିବି କହିଛି। ପାକିସ୍ତାନ ଦଳରେ ଏବେ ଆହତ ସମସ୍ୟା ଲାଗି ରହିଛି। ଶାଦନ ଖାନ ମଧ୍ୟ ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଇମାମ ଉଲ ହକଙ୍କ ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି।

ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୧୮ରେ ଅକଲାଣ୍ଡରେ ଖେଳାଯିବ। ଏହା ପରେ ଡିସେମ୍ବର ୨୦ରେ ଦ୍ଵିତୀୟ ଟି-୨୦ ହାମିଲଟନ ଓ ତୃତୀୟ ଟି-୨୦ ଡିସେମ୍ବର ୨୨ରେ ନାପିଏରରେ ଖେଳାଯିବ। ଏହା ପରେ ଡିସେମ୍ବର ୨୬ରୁ ପ୍ରଥମ  ଟେଷ୍ଟ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.