ପାକିସ୍ତାନରେ ତାଣ୍ଡବ କରୁଛି କରୋନା : ଶାହରୁଖଙ୍କ ଗୀତ ଗାଇ ଲୋକଙ୍କୁ ସଚେତନ କଲେ ସରକାରୀ ଅଧିକାରୀ, ଦେଖନ୍ତୁ ଭାଇରାଲ୍ ଭିଡିଓ
22/03/2020 at 12:47 PM

ନୂଆଦିଲ୍ଲୀ ୨୨/୩: କରୋନା ଭାଇରସ୍ ଯୋଗୁଁ ଏବେ ସୁଦ୍ଧା ବିଶ୍ବବ୍ୟାପି ବହୁତ କୁପ୍ରଭାବ ପଡ଼ିଛି। କରୋନା ଭାଇରସକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ ବିଶ୍ବରେ ଏବେ ସୁଦ୍ଧା ନୋଭେଲ କରୋନା ଭାଇରସର ଏକ ଲକ୍ଷରୁ ଅଧିକ ମାମଲା ଆସିଛି। ଏହି ଭାଇରସ୍ ଯୋଗୁଁ ୧୧ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ବି ଏଥିରୁ ବାଦ୍ ପଡ଼ିନାହିଁ। ପାକିସ୍ତାନରେ ମଧ୍ୟ କରୋନା ଭାଇରସକୁ ନେଇ ଅନେକ ମାମଲା ସାମନାକୁ ଆସିଛି।
ଭାରତରେ ଲଗାତାର ସୋସିଆଲ ମିଡିଆରେ ନେତାମାନଙ୍କଠୁ ନେଇ ଅମିତାଭ ବଚ୍ଚନଙ୍କ ଯାଏଁ ସମସ୍ତେ ଏହି ଭାଇରସଠୁ ବର୍ତ୍ତିବାର ଉପାୟ ଏବଂ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ଏପରି ପରିସ୍ଥିତିରେ ପାକିସ୍ତାନ ହାଫିଜାବାଦର ଡେପୁଟି କମିଶନର ନାଭେଦ ଶହଜାଦ କରୋନା ଭାଇରସ୍ ଉପରେ ଏକ ଭିନ୍ନ ଅନ୍ଦାଜରେ ଲୋକଙ୍କୁ କରୋନା ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ। ସେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଚଲତେ ଚଲତେ’ ର ଏକ ଗୀତ ‘ସୁନୋ ନା ସୁନୋ ନା’ ରେ କରୋନାକୁ ଏକ ଗୀତ ପ୍ରସ୍ତୁତ କରି ଗାଇଥିଲେ।

ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋର ସୋରରେ ଭାଇରାଲ୍ ହେଉଛି। ଆଜି ସମଗ୍ର ଭାରତରେ ‘ଜନତା କର୍ଫ୍ୟୁ’ ଜାରି ହୋଇଛି ଯାହା ରାତି ୯ଟା ଯାଏଁ ଲାଗୁ ରହିବ। କରୋନା ଭାଇରସର ସଂକ୍ରମଣର ପ୍ରଭାବକୁ କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଏହି ନିର୍ଣ୍ଣୟ ନିଆଯାଇଛି।