ଜୈଶ-ଏ- ମହମ୍ମଦର ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ଆଣିଲା ପାକିସ୍ତାନ ସରକାର , ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଚେତାବନୀ ପରେ ପାକିସ୍ତାନ ନେଲା ଏହି ପଦକ୍ଷେପ

Published By : Prameya-News7 Bureau | February 23, 2019 IST

ପାକିସ୍ତାନ ସରକାର ଅର୍ନ୍ତରାଷ୍ଟ୍ରୀୟ ଚାପ ଆଗରେ ହାର୍ ମାନିଲା । ପୁଲଓ୍ଵମାରେ ଆତଙ୍କୀ ହମାଲା ପରେ ଭାଷଣ ମାରି ପ୍ରମାଣ ଖୋଜୁଥିବା ପାକିସ୍ତାନ ନିଜ ମୁଣ୍ଡ ନୋଇଁବାକୁ ବାଧ୍ୟହୋଇଛି । ଏହି ଘଟଣାରେ ପରୋକ୍ଷ ଶକ୍ତିକେନ୍ଦ୍ରଥିବା  ଚାଇନା ମଧ୍ୟ ଅର୍ନ୍ତରାଷ୍ଟ୍ରୀୟ ପରିଷଦ ସହ ଏକମତ ହେବାକୁ ବାଧ୍ୟ ହୋଇଛି ।

ପାକିସ୍ତାନ ଆତଙ୍କବାଦର ଏନ୍ତୁଡ଼ିଶାଳ । ବିଶ୍ଵରେ ଆତଙ୍କୀ ହମାଲା କରୁଥିବା ସଂଗଠନ ମୂଳତଃ ପାକିସ୍ତାନର ପ୍ରରୋଚନାରେ ଚାଲୁଥିବା କଥା କାହାକୁ ଅଛପା ନାହିଁ । ସନ୍ତ୍ରାସବାଦ ବିଲୋପ ବାବଦରେ ସଂଯୁକ୍ତ ରାଷ୍ଟ୍ରସୁରକ୍ଷା ପରିଷଦରେ ପୁଲଓ୍ଵମା ଘଟଣାର ତୀବ୍ର ନିନ୍ଦା କରାଯିଵା ପରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି ।

ପୁଲଓ୍ଵମା ଘଟଣାରେ ପାକିସ୍ତାନ ଅତି ଚାଲାକି ଦେଖାଇ ପାକିସ୍ତାନର ହାତଥିବା କଥାର ଭାରତକୁ ପ୍ରମାଣ ମାଗିଥିଲା । କିନ୍ତୁ ସନ୍ତ୍ରାସବାଦ ପାଇଁ ପାକିସ୍ତାନର ଭୁମିକାକୁ ସାରାବିଶ୍ଵ ନିନ୍ଦା କରିବା ପରେ ପାକିସ୍ତାନ ନିଜ ମନୋଭାବ ବଦଳାଇଥିଲା । ଶୁକ୍ରବାର ନିଜ ମନ୍ତ୍ରୀମଣ୍ଡଳ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ପଦକ୍ଷେପ ନେଇଛନ୍ତି । ପାକିସ୍ତାନରେ ଜୈଶ-ଏ ମହମ୍ମଦର ମୁଖ୍ୟକାର୍ଯ୍ୟାଳୟକୁ ସରକାର ନିଜ ଅକ୍ତଆରକୁ ଆଣିଥିବାର ଜଣାଯାଇଛି । ଏହି କାର୍ଯ୍ୟାଳୟର ନିରୀକ୍ଷଣ ପାଇଁ ଜଣେ ପ୍ରସାଶକଙ୍କୁ ନିଯୁକ୍ତି କରିଥିବା କଥା ଜଣାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.