Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପାକିସ୍ତାନ ବୋଲର ହସନ ଅଲ୍ଲୀ ବିବାହ କରିବେ ଭାରତୀୟ ଯୁବତୀଙ୍କୁ: ନିମନ୍ତ୍ରଣ କରିବେ ସବୁ ଭାରତୀୟ ଖେଳାଳିଙ୍କୁ…

6/08/2019 at 5:44 PM

ନୂଆଦିଲ୍ଲୀ୬|୮: ଜାମ୍ମୁ-କାଶ୍ମୀର ବିଭାଜନ ଓ ଧାରା ୩୭୦ର ଉଚ୍ଛେଦ ସାଙ୍ଗକୁ କାଶ୍ମୀର ଘାଟୀରେ  ଅତିରିକ୍ତ ସୈନ୍ୟ ମୁତୟନ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି । ହେଲେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଖୁସୀ ଖବର ମଧ୍ୟ ରହିଛି ୟାରି ଭିତରେ ।  ପାକିସ୍ତାନର ଦମଦାର ବୋଲର୍ ହସନ ଅଲ୍ଲୀ ଆସନ୍ତା ଅଗଷ୍ଟ ୨୦ ତାରିଖରେ ଭାରତର ଝିଅ ସାମୀୟା ଅରଜୁଙ୍କୁ ବିବାହ କରିବେ।ହସନ ଅଲ୍ଲୀ ଓ ସାମିୟାଙ୍କ ବିବାହ ଉତ୍ସବ ଦୁବାଇର ଏକ ବଡ ହୋଟେଲରେ ଆୟୋଜନ କରାଯିବ। ଏହି କଥା ଖୋଦ୍ ହସନ ନିଜେ କହିଛନ୍ତି। ହସଲ ଅଲ୍ଲୀ ଏହିକଥା କହିବା ସମୟରେ ଭାରତୀୟ ଖେଳାଳୀଙ୍କୁ ତାଙ୍କ ବିବାହରେ ନିମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି। ଯଦିଓ କାହା ନାଁ ନେଇ ନାହାଁନ୍ତି ତେବେ ସବୁ ଭାରତୀୟ ଖେଳାଳୀଙ୍କୁ ତାଙ୍କ ବିବାହରେ ଉତ୍ସବରେ ନିମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି ଯେ,  ଭାରତୀୟ ଖେଳାଳୀଙ୍କୁ  ତାଙ୍କ ବିବାହକୁ ନିମନ୍ତ୍ରଣ କରିବେ। ସେମାନେ ଏହି ବିବାହ ଉତ୍ସବରେ ସାମିଲ ହେଲେ ସେ ଅତ୍ୟନ୍ତ ଖୁସି ହେବେ ବୋଲି ହାସନ କହିଛନ୍ତି । ହସନ ଆହୁରି ମଧ୍ୟ କହିଛନ୍ତି, ପଡ଼ିଆରେ ପରସ୍ପର ବିରୋଧରେ ଖେଳୁ,  ହେଲେ ପଡିଆ ବାହାରେ ସେ କେହି କାହାର ଶତ୍ରୁ ନୁହଁନ୍ତି।ସେମାନେ ସବୁ ପ୍ରଫେସେନାଲ ଖେଳାଳି ତେଣୁ ପରସ୍ପର ମଧ୍ୟରେ ଖୁସି ବାଣ୍ଟିବା ଉଚିତ ବୋଲି ସେ କହିଥିଲେ। ହସନ ପରିବାର ଲୋକ ତାଙ୍କ ବିବାହ କଥା ଏତେ ଶୀଘ୍ର କାହାକୁ କହିବାକୁ ଚାହୁଁନଥିଲେ।

ହସନ ଅଲ୍ଲୀ ଏବେ ସୁଦ୍ଧା ୫୩ ଟି ଏକଦିବସୀୟ ମ୍ୟାଚ ଓ ୩୦ଟି ଟି-୨୦ ମ୍ୟାଚ ​‌ଖେଳିଛନ୍ତି। ସେ ୫୩ଟି ମ୍ୟାଚରେ ୫୧ ଇନିଂସରେ ୮୨ ଟି ଓ୍ବିକେଟ ଅକ୍ତିଆର କରିଛନ୍ତି। ଏଥିସହ ଟି-୨୦ ମ୍ୟାଚରେ ୩୫ ଟି ଓ୍ବିକେଟ ଅକ୍ତିଆର କରିଛନ୍ତି।

ହସନ ଅଲ୍ଳୀ ଯାହାଙ୍କୁ ବିବାହ କରିବେ ତାଙ୍କ ନାଁ ସାମିୟା ଅରଜୁ । ସେ ଗାଜିୟାବାଦ ମାନବ ରଚନା ୟୁନିଭରସିଟିରେ ଏରୋନଟିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।ସେ ଭାରତୀୟ ଏୟାର ଲାଇନ୍ସ ଫ୍ଲାଇଟ ଇଞ୍ଜିନିର ଭାବେ କାର୍ଯ୍ୟ କରୁଥିଲେ। ସାମିୟାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି। ତାଙ୍କ ନିଜ ଘର ହରିୟାଣାରେ । ସେ ଦୁବାଇରେ ରହନ୍ତି।

   Related Posts