Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘ଭାରତରେ ଆଗକୁ ନିର୍ବାଚନ ଥିବାରୁ ‘ସିମ୍ପାଥି’ ପାଇଁ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଘଟାଇଛି ପୁଲୱାମା ବିସ୍ପୋରଣ କାଣ୍ଡ’

18/02/2019 at 5:11 PM

ପୁଲୱାମା ଆକ୍ରମଣକୁ ନେଇ ପୁଣି ଥରେ ପାକିସ୍ତାନ ମିଡିଆର ଲଜ୍ଜାଜନକ ମତ ଓ ବିଶ୍ଳେଷଣ ସାମ୍ନାକୁ ଆସିଛି। ପାକିସ୍ତାନରୁ ପ୍ରକାଶ ପାଉଥିବା ଏକ୍ସପ୍ରେସ ଟ୍ରିବ୍ୟୁନ ଏହି ଘଟଣା ବିଷୟରେ ଲଜ୍ଜାଜନକ କଥା ଛାପିଛି। ଟ୍ରିବ୍ୟୁନ କହିଛି ସେ ଆଗାମୀ ଦିନରେ ଭାରତରେ ନିର୍ବାଚନ ହେବାକୁ ଯାଉଛି। ତେଣୁ ସମବେଦନା ପାଇବା ପାଇଁ ଏହି ଘଟଣାକୁ ରାଜନୈତୀକ ପାର୍ଟି କରାଇଥାଇପାରନ୍ତି।

ଖବରକାଗଜର ଅନଲାଇନ ସଂସ୍କରଣରେ ଏହା ଲେଖାଯାଇଛି ଯେ ପାକିସ୍ତାନକୁ ବଦନାମ କରିବା ପାଇଁ ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରାଯାଇଛି। ୱେବସାଇଟରେ ମଧ୍ୟ ଲେଖାଯାଇଛି ଯେ କୌଣସି ପ୍ରମାଣ ନଥାଇ ଭାରତ ପାକିସ୍ତାନ ବିରୁଦ୍ଧରେ ଅଭିଯୋଗ କରିଛି।

ଆତଙ୍କୀ ଆକ୍ରମଣରେ ଯଦି ଖୋଦ୍‌ ବାରତର ହାତ ନାହିଁ ତାହେଲେ ବିସ୍ଫୋରଣରମାତ୍ର କେଇମିନିଟ ମଧ୍ୟରେ କିଭଳି ସିସିଟିଭି ଫୁଟେଜ ମିଳିଗଲା। ସୁତ୍ର ଅନୁସାରେ ଜୈସ-ଏ-ମହମ୍ମଦ ଉପରେ ପାକିସ୍ତାନରେ କଟକଣା ଲାଗିଛି ।  ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ଆଦିଲ ପାକିସ୍ତାନରେ ନୁହଁ, ବରଂ ବାରତରେ ଏବଂ କାଶ୍ମୀରରେ ହିଁ ରହୁଛି ବୋଲି ଏହି ଖବର କାଗଜ ଲେଖିଛି ।  

ଆକ୍ରମଣର ସମୟକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ଭାରତରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି ତେଣୁ ଏହି ଘଟଣାରୁ ଭାରତର ନେତା ଓ ପାର୍ଟିକୁ ଫାଇଦା ହେବ ବୋଲି ଏହି ଆକ୍ରମଣ କରାଯାଇଥିବ ବୋଲି ଟ୍ରିବ୍ୟୁନରେ ଲେଖାଯାଇଛି। ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନ ମିଡିଆର ଏହି ଖେଳ କିଛି ନୂଆ ନୁହଁ। ଶୁକ୍ରବାର ଦିନ ପାକିସ୍ତାନର ଦ ନେସନ ଖବରକାଗଜରେ ହମଲା କରିଥିବା ଲୋକକୁ ଫ୍ରିଡମ ଫାଇଟର ବୋଲି କୁହାଯାଇଥିଲା । ଦ ନେସନର ପ୍ରଥମ ପୃଷ୍ଠାରେ ଛପା ଯାଇଥିଲା ଯେ  Freedom Fighter launches attack 44 of occupying force killed in IOK.  

   Related Posts