ପାକିସ୍ତାନରେ ମାଡି ଚାଲିଛି କରୋନା, ମନ୍ତ୍ରୀ ସଂକ୍ରମିତ

Published By : Prameya-News7 Bureau | May 14, 2020 IST

ଲାହୋର, ୧୪|୦୫ :ପାକିସ୍ତାନ ସ୍ଥିତ ବେଲୁଚିସ୍ଥାନର ଅର୍ଥମନ୍ତ୍ରୀ ଜହୁର ବୁଲେଦୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଏଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହେଉଛନ୍ତି ନିଜ ଅଞ୍ଚଳର ପ୍ରଥମ ରାଜନେତା ଯିଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କଠାରେ ଭାଇରସର କୌଣସି ଲକ୍ଷଣ ଦେଖାଯାଉ ନଥିବା  ଓ ସେ ନିଜକୁ କ୍ୱାରେଣ୍ଟାଇନ କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ନମୂନା ଯାଂଚ ପରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ଏଙାସହ ସେ ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଡାକ୍ତରଙ୍କ ସମସ୍ତ ପରାମର୍ଶ ମାନିବା ସହ ଅତିଶୀଘ୍ର ସୁସ୍ଥ ହେବେ ବୋଲି ସେ ଆଶା କରିଛନ୍ତି ।

ଏକ୍ସପ୍ରେସ୍ ଟ୍ରିବ୍ୟୁନର ସୂଚନାନୁସାରେ, ବୁଲେଦୀ ବେଲୁଚିସ୍ଥାନର ପ୍ରଥମ ନେତା ଯିଏ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ପାକିସ୍ତାନ ନ୍ୟାଶନାଲ ଆସେମ୍ବଲୀ ଅଧ୍ୟକ୍ଷ ଅସଦ୍ କୈସର କରୋନା ସଂକ୍ରମିତ ହୋଇଥିଲେ । ଏପରିକି ସିନ୍ଧ୍ ରାଜ୍ୟପାଳ ଇମରାନ୍ ଇସମାଇଲ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.