ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପାକିସ୍ତାନ ବ୍ୟାନ୍ କଲା ୫ଟି ଆପ୍ଲିକେସନ୍ : ଲାଇଭ ଷ୍ଟ୍ରିମିଂ ସମୟରେ ଦେଖାଉଥିଲା ଅଶ୍ଳୀଳ ଜିନିଷ

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୨/୯: ପାକିସ୍ତାନ ନିଜ ଦେଶରେ ୫ଟି ଡେଟିଂ ଆପକୁ ବନ୍ଦ କରି ଦେଇଛି। ପାକିସ୍ତାନ ଟେଲିକମ୍ ନିୟାମକ ସଂସ୍ଥା ପାକିସ୍ତାନ ଟେଲିକମ୍ୟୁନିକେସନ ଅଥୋରିଟି କହିଛି ଯେ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଦର୍ଶକଙ୍କୁ ଅଶ୍ଳୀଳ ବିଷୟବସ୍ତୁ ପ୍ରଦାନ କରୁଥିଲା ଏବଂ ବାରମ୍ବାର ଚେତାବନୀ ସତ୍ବେ ମଧ୍ୟ ଏହି ଆପ୍ ଗୁଡ଼ିକ ନିଜ ପ୍ଲାଟଫର୍ମରୁ ଏହି କଣ୍ଟେଣ୍ଟକୁ ହଟାଇନଥିଲା।

ପାକିସ୍ତାନ ଯେଉଁ ଡେଟିଂ ଆପ୍ ଗୁଡ଼ିକୁ ବ୍ୟାନ୍ କରିଛି ସେଥିରେ ଟିଣ୍ଡର,ଟ୍ୟାଗ୍ଡ,ସ୍କାଉଟ୍,ଗ୍ରାଇଣ୍ଡର ଏବଂ ସେ ହାୟ ରହିଛି। ଏହି ଆପ୍ ଗୁଡ଼ିକ ଅନଲାଇନ୍ ଡେଟିଂର ସୁବିଧା ଦେଇଥାଏ ଏବଂ ଭିଡିଓର ଲାଇଭ ଷ୍ଟ୍ରିମିଂ ମଧ୍ୟ କରିଥାଏ।

ଏହି ଆପ୍ ଗୁଡ଼ିକ ଉପରେ ଅଭିଯୋଗ ହୋଇଛି ଯେ ଏହା ଲାଇଭ ଷ୍ଟ୍ରିମିଂ ସମୟରେ ଅଶ୍ଳୀଳ ଜିନିଷ ଦେଖାଉଛି।

ଏହି ଆପ୍ ଗୁଡ଼ିକୁ ଡେଟିଂ ସର୍ଭିସ୍ ହଟାଇବାକୁ କୁହାଯାଇଥିଲା ଏବଂ ଲାଇଭ ଷ୍ଟ୍ରିମିଂର ନିରୀକ୍ଷଣ ପାକିସ୍ତାନର ସ୍ଥାନୀୟ ନିୟମ ମୁତାବକ କରିବାର ମଧ୍ୟ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ଆପ୍ ଗୁଡ଼ିକ ଏପରି କରିନଥିଲେ ଏବଂ ସରକାରୀ ସଂସ୍ଥାର ଚେତାବନୀକୁ ନଜରଅନ୍ଦାଜ କରିଥିଲେ। ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି।

ଏହି ପ୍ଲାଟଫର୍ମଗୁଡ଼ିକ ଧାର୍ଯ୍ୟ ସମୟ ଭିତରେ ନୋଟିସର ଜବାବ ଦେଇନଥିଲେ। ଏଥିପାଇଁ ଏହି ଆପଗୁଡ଼ିକ ବ୍ୟାନ୍ କରିବାର ନିର୍ଦେଶ ଦିଆଯାଇଛି।

ଯଦି ଏହି କମ୍ପାନୀଗୁଡ଼ିକ ପାକିସ୍ତାନର ଆଇନ୍ ପାଳନ କରିବେ ଏବଂ ଅଶ୍ଳୀଳ କଣ୍ଟେଣ୍ଟକୁ ହଟାଇବେ ତେବେ ଏଗୁଡ଼ିକର ବ୍ୟାନ୍ ଉପରେ ପୁଣି ଥରେ ବିଚାର କରାଯିବ।

୨ମାସ ତଳେ ହିଁ ପାକିସ୍ତାନରେ ଲାଇଭ ଷ୍ଟ୍ରିମିଂ ଆପ୍ ଭିଗୋ ଉପରେ କଟକଣା ଲଗାଯାଇଥିଲା। ଏହା ବ୍ୟତୀତ ଅଶ୍ଳୀଳ ବିଷୟବସ୍ତୁ ଦେଖାଇବା ପାଇଁ ଭିଡିଓ-ସେୟାରିଂ ସର୍ଭିସ୍ ଟିକଟକକୁ ଅନ୍ତିମ ଚେତାବନୀ ଦିଆଯାଇଥିଲା।

ଜୁନ୍ ୧ତାରିଖରେ ପାକିସ୍ତାନ ପବଜୀ ଗେମକୁ ବ୍ୟାନ୍ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.