ନିଜ ସୈନିକଙ୍କ ଶବ ସହ ଭେଦ ଭାବ କରୁଛି ପାକିସ୍ତାନ

Published By : Prameya-News7 Bureau | September 14, 2019 IST

ଶ୍ରୀନଗର - ପାକିସ୍ତାନ ନିଜ ଦେଶର ସୈନିକଙ୍କ ଶବ ସହ ଭେଦ ଭାବ କରୁଛି । ପାକିସ୍ତାନ ପଞ୍ଜାବର ମୁସିଲମ୍‌ ସୈନିକଙ୍କ ଶବକୁ ପାକିସ୍ତାନ ସେନା ଧଳା ପତାକା ଦେଖାଇ ନେଉଥିବା ବେଳେ ପାକିସ୍ତାନ ଅଧିକୃତ କାଶ୍ମୀର ମୁସଲିମ୍ ସେନାଙ୍କ ଶବକୁ ନେଉ ନାହିଁ । ସେହି ସୈନିକଙ୍କ ଶବ ସେହିଠାରେ ସେମିତି ପଡି ରହୁଛି । ଭାରତ ଏହାର ସେଟେଲାଇଟ୍‌ ଫଟୋ ବି ନେଇଠି । ପାକିସ୍ତାନ ସେନା ନିଜର ସୈନିକଙ୍କ ଶବ ସହ ଭେଦ ଭାବ କରୁଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି ।

ଜାମ୍ମୁ-କାଶ୍ମୀରରେ ହାଜିପୁର ସେକ୍ଟର ପାକିସ୍ତାନ ପଞ୍ଜାବର କିଛି ଜବାନ ଭାରତୀୟ ସେନାର ଗୁଳିରେ ନିହତ ହୋଇଥିଲେ । ଏମାନଙ୍କ ଶବ ନେବା ପାଇଁ ପାକିସ୍ତାନ ସେନା ଧଳା ପତାକା ଦେଖାଇ ଆସିଥିଲା । ଧଳା ପତାକା ଦେଖାବାର ଅର୍ଥ ହେଲା ଏହି ସମୟରେ କୌଣସି ଗୁଳି ବିନିମୟ ହେବ ନାହିଁ ।

ଏମାନଙ୍କ ଶବ ନେଇ ଯିବା ପାଇଁ ପାକିସ୍ତାନ ପକ୍ଷରୁ ଭାରତକୁ ଅପିଲ କରାଯାଇଥିଲା । ମାତ୍ର ପିଓକେରେ ଭାରତୀୟ ସେନାର ଗୁଳିରେ ପ୍ରାଣ ହରାଇଥିବା ପାକିସ୍ତା ବିଏଟି ବା ବର୍ଡର ଆକ୍ସନ ଫୋର୍ସର ଜବାନମାନଙ୍କର ଶବକୁ ପାକିସ୍ତାନ ନେଉ ନାହିଁ । ଏମାନେ ପାକିସ୍ତାନ ଅଧିକୃତ କାଶ୍ମୀରର ବାସିନ୍ଦା ହୋଇଥିବାରୁ ତାଙ୍କର ଶବକୁ ପାକିସ୍ତାନ ନେଉ ନାହିଁ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୦ ଓ ୩୧ରେ କେରନ ସେକ୍ଟରରେ ଏହି ବିଏଟିର ସଦସ୍ୟମାନେ ଭାରତୀୟ ସେନାର ଗୁଳିରେ ନିହତ ହୋଇଥିଲେ। ଆତଙ୍କବାଦୀଙ୍କୁ ଅନୁପ୍ରେବଶ ଉଦ୍ୟମ କରାଉଥିବା ଅବସର ଏମାନଙ୍କୁ ଭାରତୀୟ ସେନାର ଜବାନମାନେ ଗୁଳି ମାରିଥିଲେ । ପାକିସ୍ତାନ ନିଦ ଦେଶର ସେନାର ଅଲଗା ଅଲଗା ଅଞ୍ଚଳର ସଦସ୍ୟଙ୍କ ସହ ଭେଦଭାବ କରୁଥିବା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.