Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପାକିସ୍ତାନକୁ କଡା ଜବାବ : BSF ଗୁଳିରେ ୪ପାକ୍ ରେଞ୍ଜର୍ସ ନିହତ , ସୀମା ଆରପଟୁ ପ୍ରଥମେ ଫୁଟିଥିଲା ଗୁଳି

27/12/2019 at 3:47 PM

ଶ୍ରୀନଗର ୨୭।୧୨: ସୁଧୁରୁନି ପାକିସ୍ତାନ । ଶୁକ୍ରବାର ପାକିସ୍ତାନ ପକ୍ଷରୁ ପୁଣି LOCରେ ଯୁଦ୍ଧବିରାମ ଉଲ୍ଲଂଘନ କରାଯାଇଛି।  ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡର ଭାରତୀୟ ସେନା ଦୃଢ ଜବାବ ଦେଇଛି । ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନ ସେନାର  ଚେକ୍‌ ପୋଷ୍ଟ ଧ୍ବଂସ କରିବା ସହ କିଛି ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LOCରେ ଯୁଦ୍ଧବିରାମ ଉଲ୍ଲଂଘନ କରିବା ଘଟଣାରେ ପୁଣି ପାକିସ୍ତାନକୁ ମହଙ୍ଗା ପଡିଛି । ଭାରତର ଆକ୍ରମଣରେ ପାକିସ୍ତାନୀ ଚେକ୍‌ ପୋଷ୍ଟ ନଷ୍ଟ ହେବା ସହ ୪ଜଣ ପାକିସ୍ତାନୀ ରେଞ୍ଜର୍ସ ନିହତ ହୋଇଛନ୍ତି । ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ ପୁଞ୍ଚ-ରୌଜେରୀ ସେକ୍ଟରେ  ପାକିସ୍ତାନ ଯୁଦ୍ଧବିରାମ ଉଲ୍ଲଂଘନ କରିଥିଲା । ଏହାପର୍ବରୁ ବୁଧବାର ଦିନ ପାକିସ୍ତାନ ଉରୀ ସେକ୍ଟରରେ ଯୁଦ୍ଧବିରାମ ଉଲ୍ଲଂଘନ କରିଥିଲା । ପାକିସ୍ତାନ ପକ୍ଷରୁ ଗୁଳିଗୋଳ ମାଡ ସହ ମୋଟାର ମଧ୍ୟ ମାଡ କରାଯାଇଥିଲା । ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାଜ ଦେଇଥିଲା । କିନ୍ତୁ ପାକିସ୍ତାନ ସେନାର ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ ହେବା ସହ ଜଣେ ସ୍ଥାନୀୟ ମହିଳା ମଧ୍ୟ ପ୍ରାଣ ହରାଇଥିଲେ ।

   Related Posts